ଓଡିଶା

odisha

ETV Bharat / state

ମୌଳୁକ ସୁବିଧା ଦାବି: ଆନ୍ଦୋଳନକୁ ଓହ୍ଲାଇଲେ ତିନି ପଞ୍ଚାୟତବାସୀ - ମୌଳିକ ସୁବିଧା ଦାବି କଲେ ତିନି ପଞ୍ଚାୟତବାସୀ

ମୌଳିକ ସୁବିଧା ଦାବି କରି ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ୩ଟି ପଞ୍ଚାୟତବାସୀ । ବଡ଼ କେରେଙ୍ଗା , ଦେବୀଘାଟ ଓ ପେଟା ପଞ୍ଚାୟତର ଗାଁ ଗୁଡିକରେ ଜଳାଭାବ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଜଳ , ରାସ୍ତା , ସ୍ବାସ୍ଥ୍ୟ , ଶିକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ତିନି ପଞ୍ଚାୟତବାସୀ
ଜଳ , ରାସ୍ତା , ସ୍ବାସ୍ଥ୍ୟ , ଶିକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ତିନି ପଞ୍ଚାୟତବାସୀ

By

Published : Dec 30, 2021, 7:56 AM IST

କୋରାପୁଟ:ମୌଳିକ ସୁବିଧା ଦାବି କରି ପଞ୍ଚାୟତ କାର୍ଯ୍ୟାଳୟ ଘେରିଲେ ୩ ପଞ୍ଚାୟତବାସୀ । ଚାରିଆଡେ କୋଲାବ ଜଳଭଣ୍ଡାରରେ ଭରି ରହିଛି ଅମାପ ଜଳରାଶି । କିନ୍ତୁ ଏହି ଜଳାଶୟ ନିକଟରେ ଥିବା ବଡ଼ କେରେଙ୍ଗା, ଦେବୀଘାଟ ଓ ପେଟା ପଞ୍ଚାୟତର ଗାଁ ଗୁଡିକରେ ଜଳାଭାବ ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି । ଏଥି ସହିତ ଗାଁକୁ ରାସ୍ତାର ଅଭାବ ସମସ୍ତଙ୍କୁ ଅସୁବିଧାରେ ପକାଇଛି ।

ଜଳ , ରାସ୍ତା , ସ୍ବାସ୍ଥ୍ୟ , ଶିକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଲେ ତିନି ପଞ୍ଚାୟତବାସୀ

ଏଥି ସହିତ ଗାଁକୁ ରାସ୍ତାର ଅଭାବ ସମସ୍ତଙ୍କୁ ଅସୁବିଧାରେ ପକାଇଛି । ବଡ କେରେଙ୍ଗା ପଞ୍ଚାୟତ ଅନ୍ତର୍ଗତ କୋଲାବ ନଗରରେ ମଧ୍ୟ ଜଳ ସମସ୍ୟା ସାଙ୍ଗକୁ ଇଣ୍ଟରନେଟ ବ୍ୟବହାର କରିବା ଲାଗି ଟେଲିକମ ସିଗନାଲ ନଥିବା ଯୋଗୁଁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ବର୍ଷ ଧରି କୋଲାବ ନଗରରେ ହସ୍ପିଟାଲ ଥାଇ ତିନୋଟି ପଞ୍ଚାୟତର ଲୋକଙ୍କୁ ଯୋଗାଇ ଆସିଥିଲେ ହେଁ ତାକୁ କୋରାପୁଟ ଜିଲ୍ଲା ସଦର ମହକୁମାକୁ ସ୍ଥାନାନ୍ତର କରାଯାଇଛି । ଏହା ଫଳରେ ଦେହ ଖରାପ ହେଲେ ଏହି ତିନୋଟି ପଞ୍ଚାୟତର ଲୋକଙ୍କୁ ଜୟପୁର କିମ୍ବା କୋରାପୁଟ ଯିବାକୁ ପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଜି କୋଲାବ ଡ୍ୟାମ ସାଇଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଗାଁରୁ ଆସିଥିବା ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବିପତ୍ର ପଞ୍ଚାୟତରେ ଦେବା ସହ ଯୁବକମାନେ କୋରାପୁଟ ଆସି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ମାସେ ଦୁଇମାସ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details