ଓଡିଶା

odisha

ETV Bharat / state

ମଦଭାଟି ମାଲିକଙ୍କୁ ଧମକ: ପୋଡିଲେ ଗାଡ଼ି ଓ ଜେନେରେଟର

ପଟ୍ଟାଙ୍ଗିରେ ଥିବା ଦେଶୀ ମଦଭାଟିରେ ୨୦ ଜଣ ଦୁର୍ବୃତ୍ତ ଆସି କମାଣ୍ଡର ଗାଡ଼ି, ମଟରସାଇକଲ ଓ ଜେନେରେଟରକୁ ଜାଳି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 10, 2019, 10:37 AM IST

କୋରାପୁଟ: ଜିଲ୍ଲାର ପଟ୍ଟାଙ୍ଗି ଅଞ୍ଚଳରେ ଥିବା ଦେଶୀ ମଦଭାଟିରେ ୨୦ ଜଣ ଦୁର୍ବୃତ୍ତ ଆସି କମାଣ୍ଡର ଗାଡ଼ି, ମଟରସାଇକଲ ଓ ଜେନେରେଟରକୁ ଜାଳି ଦେଇଛନ୍ତି । ଏହା ସହ ଭାଟି ମାଲିକଙ୍କୁ ଧମକ ଦେଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଗତକାଲି ରାତି ଦୁଇଟା ବେଳେ ପ୍ରାୟ ୨୦ ଜଣ ଦୁର୍ବୃତ୍ତ ମଦଭାଟିକୁ ଆସି ଧମକ ଦେବା ସହ ସେଠାରେ ଲାଲ ରଙ୍ଗର ବ୍ୟାନର ଟାଙ୍ଗିଥିଲେ । ବ୍ୟାନରରେ ମାଓ ସଙ୍ଗଠନର ନାଁ ନ ଥିବା ଯୋଗୁଁ ଏହା ମାଓବାଦୀ ନା ଅନ୍ୟ କାହାର କାର୍ଯ୍ୟ ତାହା ସନ୍ଦେହ ଘେରରେ ରହିଛି । ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଥିବା ବେଳେ ଗାଁରେ ଆତଙ୍କ ସୃଷ୍ଟି ହୋଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details