କୋରାପୁଟ: କୋଭିଡ କଟକଣାକୁ ଅଣଦେଖା କରି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମୟରେ ଅସଂଖ୍ୟ ଜନତାଙ୍କ ଏକାଠି ହେବା ଘଟଣା ରାଜ୍ୟରେ ଚହଳ ପକାଇଥିବାବେଳେ, ଏପରି ସମୟରେ ପୁଣି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ ଆୟୋଜିତ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ଦର୍ଶକ ଏକାଠି ହେବା ନେଇ ଜିଲ୍ଲା ପ୍ରଶାସନର କୋହଳ ନୀତିକୁ ପଦାରେ ପକାଇଦେଇଥିବା ଅଭିଯୋଗ ହୋଇଛି।
କୋଭିଡ କଟକଣାକ ଫୁ, ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏକାଠି ହେଲେ ହଜାର ହଜାର ଲୋକ - କୋଭିଡ କଟକଣାକ ଫୁ
ଜିଲ୍ଲାରେ ସରକାରୀ କର୍ମଚାରୀ, ପୋଲିସ ବିଭାଗର କର୍ମଚାରୀ ଓ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଯେଉଁଥିରେ କୋଭିଡ ନିୟମକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
କୋଭିଡ କଟକଣାକ ଫୁ', ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏକାଠି ହେଲେ ହଜାର ହଜାର ଲୋକ
କୋଭିଡ କଟକଣାକ ଫୁ', ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଏକାଠି ହେଲେ ହଜାର ହଜାର ଲୋକ
ଲମତାପୁଟ ବ୍ଲକ ଅନ୍ତର୍ଗତ କଞ୍ଚଣା ଗାଁରେ ରବିବାର ଆୟୋଜିତ ଉଦ୍ଧବ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ହଜାର ହଜାର ସାଧାରଣ ଜନତାଙ୍କ ସହ ସରକାରୀ କର୍ମଚାରୀ, ପୋଲିସ ବିଭାଗର କର୍ମଚାରୀ ଓ ରାଜନୈତିକ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳିତ ହେବା ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ କୌଣସି ଅନୁମତି ଦିଆଯାଇନଥିବା ମାଛକୁଣ୍ଡର ଥାନା ଅଧିକାରୀ କହିଥିବା ବେଳେ, ଏନେଇ ମାଛକୁଣ୍ଡର ଥାନା ଅଧିକାରୀ ଜିଲ୍ଲା ଅଧିକାରୀଙ୍କ ମତାମତ ମିଳିପାରିନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ