ଓଡିଶା

odisha

By

Published : Feb 27, 2021, 8:59 PM IST

ETV Bharat / state

କୋରାପୁଟରେ କୋଭିଡ ମୁକାବିଲା, ପ୍ରତିଦିନ ହେବ 1500 କୋଭିଡ଼ ଟେଷ୍ଟ

କୋରାପୁଟରେ ପ୍ରତିଦିନ ହେବ 1500 କୋଭିଡ଼ ଟେଷ୍ଟ । ସୂଚନା ଦେଲେ ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରା । ଅଧିକ ପଢନ୍ତୁ...

କୋରାପୁଟରେ କୋଭିଡ ମୁକାବିଲା, ପ୍ରତିଦିନ ହେବ 1500 କୋଭିଡ଼ ଟେଷ୍ଟ
କୋରାପୁଟରେ କୋଭିଡ ମୁକାବିଲା, ପ୍ରତିଦିନ ହେବ 1500 କୋଭିଡ଼ ଟେଷ୍ଟ

କୋରାପୁଟ:ଜିଲ୍ଲାରେ କୋରୋନା ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ଦେଶର କିଛି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ମୁଣ୍ଡ ଟେକିଥିବାବେଳେ କୋରାପୁଟରେ ଅଧିକରୁ ଅଧିକ କୋଭିଡ ପରୀକ୍ଷା କରିବା ସହ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଟୀକାକରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲା ଚିକିତ୍ସାଧିକାରୀ ମକରନ୍ଦ ବେଉରାଙ୍କ ଏନେଇ ସୂଚନା ଦେଇଛନ୍ତି ।

କୋରାପୁଟରେ କୋଭିଡ ମୁକାବିଲା, ପ୍ରତିଦିନ ହେବ 1500 କୋଭିଡ଼ ଟେଷ୍ଟ

ବର୍ତ୍ତମାନ ଜିଲ୍ଲାରେ ପ୍ରତିଦିନ 200 ଆରଟିପିସିଆର ପରୀକ୍ଷା ଓ 1300 ଆଣ୍ଟିଜେନ ପରୀକ୍ଷା କରାଯାଉଥିବା ସିଡିଏମଓ ଜଣାଇଛନ୍ତି । ଶନିବାର କୋରାପୁଟରେ ପୌରପରିଷଦ ଦ୍ବାରା ସଫେଇ କର୍ମଚାରୀଙ୍କୁ ବଡଖାନା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇବା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଯୋଗଦେଇ ସହରର ବୟସ୍କ ବ୍ୟକ୍ତି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲା ଯାଇଥିବା କେନ୍ଦ୍ରରେ ଟିକା ନେଇ ପାରିବେ ବୋଲି ଜଣାଇଛନ୍ତି ।

ବର୍ତ୍ତମାନ ପ୍ରତିଦିନ ଏଠାରେ 100 ଜଣଙ୍କୁ ଟୀକା ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details