କୋରାପୁଟ: ପିଲାଏ ଖେଳିବେ, ଦେଶ ବିଦେଶରେ ନାଁ କରିବେ । ଏହି ସ୍ବପ୍ନକୁ ଆଧାର କରି ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ କୋରାପୁଟରେ ଖେଳ ପଡିଆର ଅବସ୍ଥା ଏପରି ଯେ ପିଲାଏ ଖେଳିବାକୁ ଇଚ୍ଛା କଲେ ବି କେଉଁଠି ଖେଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ସହରର ହକି ପଡିଆ ବନ୍ଦ ପଡିଥିବାବେଳେ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଆରଟିଓ କବଜାରେ । ଜିଲ୍ଲା ଷ୍ଟାଡିୟମରେ ଘାସ ଲାଗିଥିବାରୁ ଖେଳିବା ବି ମନା ।
ଜିଲ୍ଲା ଜଳ ବିଭାଜିକା ବିଭାଗ ଦ୍ବାରା ୮୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପଡିଆରେ ଚାଲିଥିବା ଘାସ ରୋପଣ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ଯୋଗୁଁ ଆଜି ଯାଏଁ କ୍ରୀଡା ବିଭାଗ ତାର ଦାୟିତ୍ବ ନେଇ ପାରୁନଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା । ଫଳରେ ଜିଲ୍ଲା ଯୁବପୀଢିଙ୍କ ଖେଳ ଭବିଷ୍ୟତ ଅନ୍ଧାର ଭିତରେ ।