ଓଡିଶା

odisha

ETV Bharat / state

ସରକାରୀ ବିଭାଗ ମଧ୍ୟରେ ରହୁନାହିଁ ସମନ୍ବୟ, 11 ସଂସ୍ଥା ପାଖରେ ବାକି 75 ଟନ ଚାଉଳ - ପ୍ରଶାସନିକ ଉଦାସିନତା

କୋରାପୁଟ ଜିଲ୍ଲାରେ ଦୁଇଟି ସରକାରୀ ବିଭାଗ ମଧ୍ୟରେ ସମ୍ମନ୍ବୟର ଅଭାବ । ବାକି ପଡିଛି ଟନ ଟନ ଚାଉଳ । ପଢନ୍ତୁ ଅଧିକ......

ସରକାରୀ ବିଭାଗ ମଧ୍ୟରେ ରହୁନାହିଁ ସମ୍ମନ୍ବୟ, 11 ସଂସ୍ଥା ପାଖରେ ବାକି ପଡିଛି 75 ଟନ ଚାଉଳ
ସରକାରୀ ବିଭାଗ ମଧ୍ୟରେ ରହୁନାହିଁ ସମ୍ମନ୍ବୟ, 11 ସଂସ୍ଥା ପାଖରେ ବାକି ପଡିଛି 75 ଟନ ଚାଉଳ

By

Published : Nov 29, 2020, 8:33 PM IST

କୋରାପୁଟ: ଦୁଇଟି ସରକାରୀ ବିଭାଗ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ କୋରାପୁଟ ଜିଲ୍ଲାର 11 ଟି ଶିଶୁ ସଦନ ଗତ 20 ମାସ ହେବ ସେମାନଙ୍କ ପାଖରେ ରହୁଥିବା 251 ଜଣ ପିଲାଙ୍କ ପାଈଁ ଉଦ୍ଦିଷ୍ଟ ଚାଉଳ ପାଇ ପାରିନଥିବା ଅଭିଯୋଗ ହୋଇଛି ।

ସରକାରୀ ବିଭାଗ ମଧ୍ୟରେ ରହୁନାହିଁ ସମ୍ମନ୍ବୟ, 11 ସଂସ୍ଥା ପାଖରେ ବାକି ପଡିଛି 75 ଟନ ଚାଉଳ

ଜିଲ୍ଲାର ସର୍ବୋଦୟ ସମିତି ଶିଶୁ ସଦନର ସମ୍ପାଦକ ପ୍ରଦୀପ ମହାନ୍ତିଙ୍କ କହିବାନୁଯାୟୀ ମହିଳା ଓ ଶିଶୁ ବିଭାଗ ତରଫରୁ ପ୍ରତି ପିଲା ପିଛା ମାସକୁ 15 କିଲୋ ଚାଉଳ ଶିଶୁ ସଦନକୁ ମିଳିଥାଏ । କିନ୍ତୁ 2019 ମାର୍ଚ୍ଚ ମାସଠାରୁ ଶିଶୁସଦନ ଗୁଡିକୁ ଆଉ ଚାଉଳ ମିଳିନଥିବାରୁ ଖୋଲା ବଜାରରେ ବାକି କରି ଚଢା ଦରରେ ଚାଉଳ କିଣିବାକୁ ପଡୁଛି ।

ମହିଳା ଓ ଶିଶୁ ବିଭାଗ ଶିଶୁ ସଦନ ଗୁଡିକୁ ଚାଉଳ ଦେବା ପାଇଁ ଗତ ସେପ୍ଟେମ୍ବର ମାସରେ ଯୋଗାଣ ବିଭାଗକୁ ଚିଠି ଲେଖିଥିଲେ ମଧ୍ୟ ଯୋଗାଣ ବିଭାଗ ସେ ଚିଠି ପାଇନଥିବାରୁ ସେମାନେ ଚାଉଳ ଦେଇପାରୁନଥିବା କୋରାପୁଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଜଣାଇଛନ୍ତି ।

ତେବେ ଯୋଗାଣ ବିଭାଗ ସହିତ ଯୋଗାଯୋଗ ଚାଲିଛି ଓ ଅତି ଶୀଘ୍ର ଶିଶୁ ସଦନ ଗୁଡିକୁ ଚାଉଳ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details