ଓଡିଶା

odisha

ETV Bharat / state

କୋଭିଡ କଟକଣା ମଧ୍ୟରେ ଚୈତ୍ର ପର୍ବର ଆନନ୍ଦ ନେଲେ କୋରାପୁଟର ଆଦିବାସୀ ଜନଜାତି - କୋଭିଡ କଟକଣା ମଧ୍ୟରେ ଚୈତ୍ର ପର୍ବ ପାଳନ

କୋଭିଡ କଟକଣାକୁ ଆଖିରେ ରଖି ଚୈତ୍ର ପର୍ବର ଆନନ୍ଦ ନେଇଛନ୍ତି କୋରାପୁଟର ଆଦିବାସୀ ଜନଜାତି । ଗତବର୍ଷ ଏହି ପର୍ବକୁ ପାଳନ କରିବା ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ବାରଣ କରିଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାର ସୁଯୋଗ ପାଇ ବହୁ ଆନନ୍ଦରେ ଆଦିବାସୀ ଜନଜାତି ନାଚଗୀତ ମାଧ୍ୟମରେ ଗ୍ରାମଦେବୀଙ୍କୁ ପୂଜାର୍ଚନା କରିଛନ୍ତି । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଚୈତ୍ର ପର୍ବର ଆନନ୍ଦ ନେଇଛନ୍ତି କୋରାପୁଟର ଆଦିବାସୀ ଜନଜାତି
କୋଭିଡ କଟକଣା ମଧ୍ୟରେ ଚୈତ୍ର ପର୍ବର ଆନନ୍ଦ ନେଇଛନ୍ତି କୋରାପୁଟର ଆଦିବାସୀ ଜନଜାତି

By

Published : Apr 28, 2021, 2:11 PM IST

କୋରାପୁଟ: ଏବେ ଚୈତ୍ର ମାସ । ବର୍ଷର ଏହି ସମୟଟି କୋରାପୁଟର ଆଦିବାସୀଙ୍କ ପାଇଁ ଏକ ମହା ଆନନ୍ଦର ସମୟ । ତେବେ କୋଭିଡ କଟକଣାକୁ ଆଖିରେ ରଖି ଗତବବର୍ଷ ଏହି ପର୍ବକୁ ପାଳନ କରିବା ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ରୂପେ ବାରଣ କରିଥିବା ଯୋଗୁଁ ଗାଁର ପବିତ୍ର ନିଶାଣିମୁଣ୍ଡା ମଧ୍ୟ ନିରବ ହୋଇଯାଇଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ କରିବାର ସୁଯୋଗ ପାଇ ବହୁ ଆନନ୍ଦରେ ଆଦିବାସୀ ଜନଜାତି ନାଚଗୀତ ମାଧ୍ୟମରେ ଗ୍ରାମଦେବୀଙ୍କୁ ପୂଜାର୍ଚନା କରିଛନ୍ତି ।

କୋଭିଡ କଟକଣା ମଧ୍ୟରେ ଚୈତ୍ର ପର୍ବର ଆନନ୍ଦ ନେଇଛନ୍ତି କୋରାପୁଟର ଆଦିବାସୀ ଜନଜାତି

ଘରେ ଘରେ ପୂଜା ପାର୍ବଣ ହୋଇ, ଦିନରାତି ଏକ କରି ସାଇଲୋଡି ନୃତ୍ୟରେ ଝୁମି ଉଠିବାର ପରମ୍ପରା ଥିବା ବେଳେ ପ୍ରଶାସନ ତରଫରୁ ଲଗାଯାଇଥିବା କୋରୋନା ପ୍ରତିବନ୍ଧକ ଯୋଗୁଁ ଯଥାସମ୍ଭବ କମ ସଂଖ୍ୟକ ଲୋକଙ୍କ ଗହଣରେ ପୂଜା ଅନୁଷ୍ଠିତ ହୋଇଥିଲା । ବେଣ୍ଟ ଯାତ୍ରାରେ ଅସ୍ତ୍ର ଶସ୍ତ୍ର ସହିତ ସାମୁହିକ ଭାବେ ଜଙ୍ଗଲକୁ ଯିବା ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ । କିନ୍ତୁ ତାହାବି ବାଧା ପ୍ରାପ୍ତ ହୋଇଥିବା ଯୋଗୁଁ ଯୁବଗୋଷ୍ଠୀକୁ ମାନସିକ ଭାବେ ଶକ୍ତ ଆଘାତ ଲାଗିଥିବା ମାଛରା ଗ୍ରାମବାସୀ କହିଛନ୍ତି । ତେବେ ସମସ୍ତ କଟକଣା ସତ୍ଵେ ଗାଁର ଝିଅ ମା’ ମାନେ ଜଙ୍ଗଲରୁ ବିଭିନ୍ନ ଡାଳପତ୍ର ଆଣିବା ସହ ଗ୍ରାମଦେବୀଙ୍କ ପାଖରେ ଚଇତ୍ରା ଗୀତ ଓ ନୃତ୍ୟ ମାଧ୍ୟମରେ ପରିବାରର ଓ ସମଗ୍ର ସମାଜର ମଙ୍ଗଳ କାମନା କରିପାରିଥିବା ଯୋଗୁଁ ବେଶ ଖୁସିଥିବା କହିଛନ୍ତି ।

ପ୍ରତୀକାତ୍ମକ ଭାବେ ଚଳିତ ବର୍ଷ ଗାଁର ଝିଅ ବୋହୂ, ଯୁବକମାନଙ୍କୁ ଜଙ୍ଗଲକୁ ବେଣ୍ଟ ଶିକାରକୁ ଯାଇ ଫେରିବା ପାଇଁ ମେଲାଣି ଦେଇଛନ୍ତି । ଏହି ବେଣ୍ଟ ଶିକାରରେ କୌଣସି ଏକ ପଶୁ ବା ପକ୍ଷୀକୁ ଶିକାର କରି ଫେରିବାର ପରମ୍ପରା ଥାଏ । କିନ୍ତୁ ଚଳିତ ବର୍ଷ ବେଣ୍ଟ ଶିକାରକୁ ସରକାର ବାରଣ କରିଥିବା ଯୋଗୁଁ ଯୁବକମାନେ କେବଳ ଜଙ୍ଗଲ ମଧ୍ୟକୁ ଯାଇ ଫେରିଆସିବେ । ଏବଂ ଫେରିବା ପରେ ଚାଷ କମ ପାଇଁ ଗାଁରେ ପୂଜା କରାଯିବାର ପରମ୍ପରା ଥିବା ଗ୍ରାମବାସୀ କହିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details