ଓଡିଶା

odisha

ETV Bharat / state

କୋରାପୁଟରେ ଏବିଭିପିର ରାଜ୍ୟ ସମାବେଶ ସମ୍ପନ୍ନ - ଏବିଭିପିର ରାଜ୍ୟ ସମାବେଶ ସମ୍ପନ୍ନ

ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବା ଯୋଗାଇବା ନେଇ ଏବିଭିପି ପକ୍ଷରୁ ଏକ ରାଜ୍ୟ ସମାବେଶ କୋରାପୁଟର ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

କୋରାପୁଟରେ ଏବିଭିପିର ରାଜ୍ୟ ସମାବେଶ ସମ୍ପନ୍ନ
କୋରାପୁଟରେ ଏବିଭିପିର ରାଜ୍ୟ ସମାବେଶ ସମ୍ପନ୍ନ

By

Published : May 9, 2022, 3:56 PM IST

କୋରାପୁଟ : ପୁରୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବା ଯୋଗାଇବା ନେଇ ଏବିଭିପି ପକ୍ଷରୁ ଏକ ରାଜ୍ୟ ସମାବେଶ କୋରାପୁଟର ଆଦିବାସୀ ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଯାଇଛି । ଗତ ତିନିଦିନ ଧରି ଚାଲିଥିବା ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏବିଭିପିର କର୍ମକର୍ତ୍ତା ଓ ନେତୃବୃନ୍ଦ ଯୋଗଦେଇ ବ୍ୟକ୍ତିର ବିକାଶରେ କିପରି ସମୂହର ବିକାଶ କରିହେବ ସେ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନାରେ ହୋଇଛି ।

କୋରାପୁଟରେ ଏବିଭିପିର ରାଜ୍ୟ ସମାବେଶ ସମ୍ପନ୍ନ

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଆଉଟୁ ପାଉଟୁ ହେଉଥିବା ବେଳେ ସଂଗଠନର ସ୍ବେଚ୍ଛାସେବୀ କିପରି ଜଳଛତ୍ର ଖୋଲିଛନ୍ତି ଏବଂ ଆସନ୍ତା ରଥଯାତ୍ରା ସମୟରେ କିପରି ସେବା ଯୋଗାଇବେ ସେ ସମ୍ପର୍କରେ ସମୀକ୍ଷା ଓ ଯୋଜନା ପ୍ରସ୍ତୁତ କରାଯାଇଥିବା ଏବିଭିପିର ରାଜ୍ୟ ଶାଖାର ସଭାପତି ଗାର୍ଗି ବାନାର୍ଜୀ ଜଣାଇଛନ୍ତି । ଭାରତ ବର୍ଷର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏବିଭିପି ଦ୍ଵାରା ୧୨ଶହ ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ସହ ୪୫ ହଜାରରୁ ଊର୍ଦ୍ଧ୍ବ ନୂତନ ସଦସ୍ୟଙ୍କୁ ଯୋଡ଼ିବାରେ ସମର୍ଥ ହୋଇଥିବା ଏବିଭିପିର ରାଜ୍ୟ ସହସମ୍ପାଦକ ଅରିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details