କୋରାପୁଟ: ରାଜ୍ୟରେ ଦିନକୁ ଦିନ ବେକାବୁ ହେଉଛି କୋରୋନା । ସଂକ୍ରମଣ ରୋକିବାକୁ ପରୀକ୍ଷା ଚାଲିଥିବାବେଳେ କୋରାପୁଟ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା 97 ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରୁ 54 ଜଣଙ୍କ ସ୍ବାବ 5 ଦିନ ପୂର୍ବେ ସଂଗ୍ରହ କରାଯାଇଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।
5ଦିନ ପୂର୍ବରୁ କରାଯାଇଥିବା ସ୍ବାବ ସଂଗ୍ରହର ରିପୋର୍ଟ ଆଜି(ସୋମବାର) ଆସିଥିବା ଜଣାପଡିଛି । ସୂଚନା ଅନୁସାରେ, ପାଞ୍ଚ ଦିନ ପୂର୍ବେ କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଥିବା ପରୀକ୍ଷା କେନ୍ଦ୍ର ଦୁଇଦିନ ପାଇଁ ବନ୍ଦ ଥିବା ଯୋଗୁଁ ସେହି ସମୟରେ ସଂଗୃହିତ ସ୍ବାବ ନମୁନାକୁ କଟକସ୍ଥିତ ଏସସିବି ମେଡିକାଲ କଲେଜକୁ ପଠାଇ ଦିଆଯାଇଥିଲା ।