ଓଡିଶା

odisha

ETV Bharat / state

କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି - କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି

କୋରାପୁଟ ଜିଲ୍ଲା କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ଫ୍ୟାକ୍ଟ୍ରି ନିର୍ମାଣ ନେଇ ଜନଶୁଣାଣି କରିବେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି
କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି

By

Published : Sep 21, 2021, 11:50 AM IST

କୋରାପୁଟ: ଜିଲ୍ଲା କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି । ଏନେଇ ଜନଶୁଣାଣି ହେବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପରେ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ପାଇଁ ପୂର୍ବରୁ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ ତରଫରୁ ଦାବି କରାଯାଇଥିଲା । ଯଦି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବା ପାଇଁ ପ୍ରତିଶ୍ରୁତି ମିଳେ ତେବେ ଆସନ୍ତା ୭ତାରିଖ ଦିନ ଜିଲ୍ଲାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା କଂସାରୀଗୁଡା ଆଲୁମିନା ପ୍ରକଳ୍ପ ପାଇଁ ହେବାକୁ ଥିବା ପରିବେଶ ଜନଶୁଣାଣିକୁ ସମର୍ଥନ କରିବେ ବୋଲି କହିଥିଲା କୋଡିଙ୍ଗାମାଳି ସୁରକ୍ଷା ମଞ୍ଚ ।

କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ନିର୍ମାଣ ହେବ ଫ୍ୟାକ୍ଟ୍ରି

କିନ୍ତୁ ଫ୍ୟାକ୍ଟ୍ରି ଆରମ୍ଭ ନହେବା ପର୍ଯ୍ୟନ୍ତ କୋଡିଙ୍ଗାମାଳି ଖଣି ଖନନ ବନ୍ଦ କରିବାକୁ ସଂଘ ତରଫରୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ଏଥି ସହ ଏନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲା ସଂଘ । ଶେଷରେ କଂସାରୀଗୁଡା ଆଲୁମିନା ପ୍ରକଳ୍ପରେ ଫ୍ୟାକ୍ଟ୍ରିନିର୍ମାଣ ପାଇଁ ଜିଲ୍ଲାପାଳ କହିବା ସହ ଏନେଇ ଜନଶୁଣାଣି ହେବ ବୋଲି ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details