କୋରାପୁଟ:କୋରାପୁଟରେ ନାଟକ ମହୋତ୍ସବ ଅନଲାଇନରେ ଆରମ୍ଭ ହେବାକୁ ଯାଉଛି । ଶନିବାର ଠାରୁ ଆରମ୍ଭ ହେଉଛି ପଞ୍ଚମ ଦେଓମାଳି ନାଟକ ମହୋତ୍ସବ। କୋରାପୁଟ ଜିଲ୍ଲାର ସେମିଳିଗୁଡାସ୍ଥିତ ନନ୍ଦନୀକ ନାଟ୍ୟ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ଏହି ତିନି ଦିନିଆ ଅନଲାଇନ ବହୁଭାଷୀ ନାଟକ ଉତ୍ସବରେ ଓଡ଼ିଆ , ବଙ୍ଗଳା, ତେଲୁଗୁ , ହିନ୍ଦୀ ଓ ମରାଠୀ ଭାଷାରେ ସାତଟି ନାଟକ ପରିବେଷଣ କରାଯିବ। ଏନେଇ ସଂଗଠନର ପ୍ରତିଷ୍ଠାତା ସୌରଭ ଗୁପ୍ତା କହିଛନ୍ତି।
ଏଥର ଅନଲାଇନରେ ଦେଓମାଳି ନାଟକ ମହୋତ୍ସବ - The Deomali Drama Festival will start online
ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ । ତିନି ଦିନ ଧରି ଚାଲିବା ବହୁଭାଷୀ ନାଟକ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...
ଅନଲାଇନରେ ଆରମ୍ଭ ହେବ ଦେଓମାଳି ନାଟକ ମହୋତ୍ସବ
ଏହି ଉତ୍ସବର ଏକ ଅଂଶ ଭାବେ ନାଟକ ସମ୍ପର୍କିତ ଦୁଇଗୋଟି ବିଷୟରେ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ନିଜ ବାର୍ତ୍ତା ମାଧ୍ୟମରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପ୍ରବୋଧ ରଥ ଉଦଘାଟନ କରିବାକୁ ଥିବା ବେଳେ ମୁଖ୍ୟବକ୍ତା ଭାବେ ନାଟ୍ୟଗୁରୁ ପଦ୍ମ ବିଭୂଷଣ ସୋନାଲ ମାନସିଂ ଯୋଗଦେବେ ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ