କୋରାପୁଟ : ଗତ କିଛିଦିନ ଧରି ପଡୋଶୀ ଛତିଶଗଡ଼ ରାଜ୍ୟରେ କୋରୋନାର ପ୍ରାଦୁର୍ଭାବ ବୃଦ୍ଧି ପାଇଛି । କୋରାପୁଟ ଜିଲ୍ଲାକୁ ଛତିଶଗଡ଼ ରାଜ୍ୟର ଜଗଦଲପୁର, କାଙ୍କେର, ବଇଲାଡିଲା ଓ ରାୟପୁର ଭଳି ବିଭିନ୍ନ ପ୍ରମୁଖ ସହରରୁ ଗାଡି ମଟର ଓ ଜନସାଧାରଣଙ୍କ ଚଳପ୍ରଚଳକୁ ଆଖି ଆଗରେ ରଖି ଜଗଦଲପୁର ସୀମାକୁ ଲାଗିଥିବା ଚାନ୍ଦିଲି ଠାରେ କୋଭିଡ଼ ତନଖି ଫାଟକ ଖୋଲା ଯାଇଛି ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି ।
କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ସିଲ ହେଲା ଛତିଶଗଡ଼ ସୀମା - Chhattisgarh border was sealed
କୋରାପୁଟ ଜିଲ୍ଲାକୁ ଛତିଶଗଡ଼ ରାଜ୍ୟର ଜଗଦଲପୁର, କାଙ୍କେର, ବଇଲାଡିଲା ଓ ରାୟପୁର ଭଳି ବିଭିନ୍ନ ପ୍ରମୁଖ ସହରରୁ ଗାଡି ମଟର ଓ ଜନସାଧାରଣଙ୍କ ଚଳପ୍ରଚଳକୁ ଆଖି ଆଗରେ ରଖି ଜଗଦଲପୁର ସୀମାକୁ ଲାଗିଥିବା ଚାନ୍ଦିଲି ଠାରେ କୋଭିଡ଼ ତନଖି ଫାଟକ ଖୋଲା ଯାଇଛି ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...
କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ସିଲ ହେଲା ଛତିଶଗଡ଼ ସୀମା
କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ସିଲ ହେଲା ଛତିଶଗଡ଼ ସୀମା
ଏହି ଫାଟକ ଦେଇ ଛତିଶଗଡ଼ରୁ ଆସୁଥିବା ଲୋକେ ଦୁଇଥର ଟୀକା ନେଇଥିବେ ଅଥବା କୋଭିଡ଼ ନେଗେଟିଭ ପ୍ରମାଣପତ୍ର ଦେବେ । ନଚେତ ସେମାନଙ୍କୁ ନିଜ ଘରେ ସପ୍ତାହେ କାଳ କ୍ବାରେଣ୍ଟାଇନରେ ରହିବାକୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ବାଟ ଦେଇ ଯିବାଆସିବା କରୁଥିବା ମାଲବାହୀ ଗାଡି ଗୁଡିକର ମଧ୍ୟ ଯାଞ୍ଚ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଉତ୍କଳ ରଞ୍ଜନ ଦାଶ ଜଣାଇଛନ୍ତି ।
କୋରାପୁଟ ସିଏଚ ଶାନ୍ତାକାର, ଇଟିଭି ଭାରତ