ଓଡିଶା

odisha

ETV Bharat / state

ଆମ୍ବ ଗଛରେ ନେସି ହେଲାଣି ପେନ୍ଥା ପେନ୍ଥା ବଉଳ, ମହକୁଛି ପୁରା କୋରାପୁଟ

ବସନ୍ତର ଆଗମନରେ ହସି ଉଠୁଛି ପ୍ରକୃତିରାଣୀ । ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁ କୁହୁ ରାବ ପ୍ରକୃତି ମନରେ ନୂଆ ଉନ୍ମାଦନା ସୃଷ୍ଟି କରୁଛି । ପେନ୍ଥା ପେନ୍ଥା ବଉଳର ମହମହ ବାସ୍ନାରେ ଆନମନା ସଭିଏଁ । ଅଧିକ ପଢନ୍ତୁ

By

Published : Mar 2, 2022, 8:19 PM IST

ଆମ୍ବ ଗଛରେ ନେସି ହେଲାଣି ପେନ୍ଥା ପେନ୍ଥା ବଉଳ, ମହକୁଛି ପୁରା କୋରାପୁଟ
ଆମ୍ବ ଗଛରେ ନେସି ହେଲାଣି ପେନ୍ଥା ପେନ୍ଥା ବଉଳ, ମହକୁଛି ପୁରା କୋରାପୁଟ

କୋରାପୁଟ : ଋତୁରାଜ ବସନ୍ତର ଆଗମନରେ ହସି ଉଠୁଛି ପ୍ରକୃତିରାଣୀ । ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁ କୁହୁ ରାବ ପ୍ରକୃତି ମନରେ ନୂଆ ଉନ୍ମାଦନା ସୃଷ୍ଟି କରୁଛି। ପେନ୍ଥା ପେନ୍ଥା ବେଉଳର ମହମହ ବାସ୍ନାରେ ଆନମନା ସଭିଏଁ ।

ଆମ୍ବ ଗଛରେ ନେସି ହେଲାଣି ପେନ୍ଥା ପେନ୍ଥା ବଉଳ, ମହକୁଛି ପୁରା କୋରାପୁଟ

ପ୍ରକୃତିର ଗନ୍ତାଘର କୋରାପୁଟ ଜିଲ୍ଲା । ବସନ୍ତର ଆଗମନରେ ରାସ୍ତା କଡରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ରାସ୍ତାକଡଠାରୁ ଆରମ୍ଭ କରି ବାଡ଼ି ବଗିଚା ପର୍ଯ୍ୟନ୍ତ ବସନ୍ତ ଭରି ଦେଇଛି ଆମ୍ବ ବଉଳ ।

କେତେକ ଆମ୍ବ ଗଛରେ ଏତେ ବଉଳ ଆସିଛି ଯେ ପତ୍ରଟିଏ ମଧ୍ୟ ଦେଖାଯାଉନାହିଁ । କିନ୍ତୁ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏଥର ଆମ୍ବ ଗଛରେ ବଉଳ ଆସିବାରେ କିଛି ବିଳମ୍ବ ଘଟିଛି । ରାସ୍ତା ଚଉଡା କରିବା ପ୍ରକ୍ରିୟାରେ ଅନେକ ଆମ୍ବଗଛ ଟଳି ପଡ଼ିଥିବା ଯୋଗୁଁ ରାସ୍ତାକଡ଼ରେ ଶୋଭା ପାଉଥିବା ଗଛରେ ପ୍ରକୃତିପ୍ରେମୀଙ୍କୁ ମୋହିତ କରୁଥିବା ବଉଳର ପରିମାଣ କମିଯାଇଥିବା ନେଇ କବି ଓ ବିଶେଷଜ୍ଞ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଆଗକୁ ଆସୁଛି ଓଡ଼ିଆଙ୍କ ବିଷୁବ ସଂକ୍ରାନ୍ତି ଓ ତେଲୁଗୁ ସମ୍ପ୍ରଦାୟର ଉଗାଦି ପର୍ବ । ଏ ପର୍ବ ସମୟରେ ଆମ୍ବକୁ ପୂଜା କରାଯିବାର ବିଧି ରହିଛି । ଆମ୍ବ ବଉଳ ବିଳମ୍ବ ଯୋଗୁଁ ପର୍ବପର୍ବାଣୀ ପାଳନରେ ଆମ୍ବର ସମସ୍ୟା ଦେଖା ଦେଇପାରେ ବୋଲି ଆଶଙ୍କା ରହିଛି ।

କୋରାପୁଟରେ ବିଳମ୍ବରେ ଆମ୍ବ ଗଛରେ ବଉଳ ଆସିଛି । ଏପରିକି ବଉଳ ଅଧିକାଂଶ ଗଛରେ ନାହିଁ । ଜଳବାୟୁ ପରିବର୍ତ୍ତନର ଯୋଗୁଁ ଏପରି ହୋଇଛି ।

ବିଶେଷଜ୍ଞଙ୍କ ମତରେ ପ୍ରତି ୧୦୦୦ ବଉଳ ଫୁଲରୁ ମାତ୍ର ୪ରୁ ୫ ଟି ଆମ୍ବ କଷି ହୁଏ । ପ୍ରତି ୧୦୦ ଆମ୍ବକଷିରୁ ୪ ରୁ ୫ ଟି ଆମ୍ବ ସେଥିରୁ ବଞ୍ଚି ରୁହେ । କିନ୍ତୁ ପରିବେଶର ସୁରକ୍ଷା କରା ନ ଗଲେ ଆସନ୍ତା ଦିନ ଗୁଡ଼ିକରେ ସମସ୍ୟା ଆହୁରି ଗମ୍ଭୀର ହୋଇପାରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

କୋରାପୁଟରୁ ସିଏଚ.ଶାନ୍ତାକାର , ଇଟିଭି ଭାରତ

ABOUT THE AUTHOR

...view details