କୋରାପୁଟ:ଦୀର୍ଘ ଏକ ମାସ ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ହୋଇଯାଇଛି । ତେଣୁ ବସ ଷ୍ଟାଣ୍ଡରେ କାମ କରୁଥିବା ଦିନ ମଜୁରିଆ ରୋଜଗାର ହରାଇ ବସିଛନ୍ତି । ସରକାର ପୁଣିଥରେ ଲକଡାଉନର ଅବଧିକୁ ଜୁନ ମାସ 17 ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଦେବା ଫଳରେ ସେମାନଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ହୋଇ ମାଡିବସିଛି ବୋଲି ଦିନ ମଜୁରିଆ ଭାବେ କାମ କରୁଥିବା କୁମୁଟି ସାଉକାର ଜଣାଇଛନ୍ତି ।
ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ବିଜେପି - Bjp Member
ଲକଡାଉନ ଯୋଗୁଁ ବସ ଷ୍ଟାଣ୍ଡରେ କାର୍ଯ୍ୟରତ ଦିନ ମଜୁରିଆଙ୍କୁ ବିଜେପି କର୍ମକର୍ତ୍ତାଙ୍କ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ । ଅଧିକ ପଢନ୍ତୁ...
ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ବିଜେପି
ଦିନ ମଜୁରିଆଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲା ବିଜେପି
ତେବେ ସେମାନଙ୍କ ପେଟର ଭୋକକୁ ଚିହ୍ନି ବିଜେପିର କର୍ମକର୍ତ୍ତା କୁଲି ସଂଘର 23 ଜଣ ସଦସ୍ୟଙ୍କୁ ଆଜି ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିବା ସେ ସୂଚନା ଦେଇଛନ୍ତି । ଲକଡାଉନରେ ପ୍ରଭାବିତ ଏହି ଦିନ ମଜୁରିଆଙ୍କୁ ସହଯୋଗର ହାତ ବଢ଼ାଇ ଦଳ ଆନନ୍ଦିତ ହୋଇଥିବା ନେଇ ବିଜେପିର କର୍ମକର୍ତ୍ତା ତ୍ରିପୁରାରୀ ଗରଡ଼ା ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁସି ଏଚ୍ ଶାନ୍ତାକାର, ଇଟିଭି ଭାରତ