କୋରାପୁଟ: ଆଜି(ଗୁରୁବାର) ସକାଳୁ ଜୟପୁର ସ୍ଥିତ କୋଭିଡ ଚିକିତ୍ସାଳୟକୁ ରାଜ୍ୟ 5T ସଚିବ କାର୍ତ୍ତିକେୟନ ପାଣ୍ଡିଆନ ଓ ଉନ୍ନୟନ ସଚିବ ସୁରେଶ ମହାପାତ୍ର ଗସ୍ତ କରିଛନ୍ତି । ଏହି ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଥିବା ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ କୋରୋନା ବିରୁଦ୍ଧରେ ଜିଲ୍ଲାରେ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଥିବା କହିଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର ।
ଜୟପୁର କୋଭିଡ ହସ୍ପିଟାଲ ଯାଇ ସ୍ଥିତି ପରକ୍ଷିଲେ 5T ସଚିବ - korapput news
କୋରୋପୁଟର ଜୟପୁରରେ ଥିବା କୋଭିଡ ଚିକିତ୍ସାଳୟକୁ ରାଜ୍ୟ 5T ସଚିବ ଗସ୍ତ କରି କୋରୋନା ବିରୁଦ୍ଧରେ ଜିଲ୍ଲାରେ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...
ଜୟପୁରରେ 5T ସଚିବ
ଲକଡାଉନ ଉଠିବା ପରେ ଜିଲ୍ଲାକୁ ବାହାର ରାଜ୍ୟରୁ ଆସିବାକୁ ଥିବା ବ୍ୟକ୍ତିଙ୍କ ରେଜିଷ୍ଟ୍ରେସନ ଆସନ୍ତାକାଲିଠାରୁ କରାଯାଉଥିବା ଯୋଗୁଁ ସେ ବିଷୟରେ ମଧ୍ୟ ପ୍ରଶାସନକୁ ସମ୍ପୂର୍ଣ୍ଣ ରୂପେ ସଜାଗ ରହିବା ପାଇଁ ଶ୍ରୀ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଜିଲ୍ଲାକୁ 8500 ଜଣ ଆସିବାର ସମ୍ଭାବନା ଥିବା ଜଣାପଡିଥିବା ବେଳେ, ସେମାନେ ସମସ୍ତେ ରହିବା ପାଇଁ କ୍ବାରଣ୍ଟାଇନ ସେଣ୍ଟର ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ