ଓଡିଶା

odisha

ETV Bharat / state

କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା - reviewed covid situation

କୋରାପୁଟର କୁନ୍ଦ୍ରା ବ୍ଲକ ପରିଦର୍ଶନ କରିଛନ୍ତି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଅଧିକ ପଢନ୍ତୁ...

Textile Minister Padmini Dian reviewed covid situation in Koraput
କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା

By

Published : May 27, 2021, 7:39 PM IST

ଭୁବନେଶ୍ବର:କୋରାପୁଟର କୁନ୍ଦ୍ରା ବ୍ଲକ ପରିଦର୍ଶନ କରିଛନ୍ତି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ବ୍ଳକରେ ଥିବା ବିଭିନ୍ନ ଟିଏମସି ପରିଦର୍ଶନ କରିଛନ୍ତି ମନ୍ତ୍ରୀ । ବ୍ଳକ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟିଛନ୍ତି ।

କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା

ଗୁରୁବାର କୋରାପୁଟର କୁନ୍ଦ୍ରା ବ୍ଲକରେ ପହଞ୍ଚି ହସ୍ତତନ୍ତ ଏବଂ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ବ୍ଲକରେ ଥିବା ବିଭିନ୍ନ ଟିଏମସି ପରିଦର୍ଶନ କରିଥିଲେ । ଟିଏମସିରେ ଥିବା ଲୋକଙ୍କ ସହିତ ଆଲୋଚନା କରିଥିଲେ ମନ୍ତ୍ରୀ । ସେଠାରେ ତାଙ୍କୁ ସମସ୍ତ ସୁବିଧା ମିଳୁଛି ନା ନାହିଁ ମଧ୍ୟ ପଚାରି ବୁଝିଥିଲେ ।

କୋରାପୁଟରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ କୋଭିଡ ସ୍ଥିତି ସମୀକ୍ଷା

ଏଥିସହ ଟିଏମସି ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ଲାଗି ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । ପରେ କୋଭିଡ଼ରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହିତ କଥା ହେବା ସହ ସେମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହା ସହ ମାସ୍କ ଓ ସାନିଟାଇଜର ବାଣ୍ଟିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details