କୋରାପୁଟ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ଚଳିତ 2019-20 ଆର୍ଥିକ ବର୍ଷର ବଜେଟ । ଯାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନା କରିଥିଲେ । ସବୁବର୍ଗଙ୍କୁ ସୁହାଇବା ଭଳି ଏଥର ବଜେଟ ଆସିଥିବାବେଳେ ଷ୍ଟାର୍ଟଅପଙ୍କ ପାଇଁ ଏକ ଟେଲିଭିଜନ ଚ୍ୟାନେଲ ଖୋଲିବା ନେଇ ମଧ୍ୟ ଅର୍ଥମନ୍ତ୍ରୀ ସଂସଦରେ ପ୍ରସ୍ତାବ ଦେଇଛନ୍ତି ।
ଉଦ୍ୟୋଗୀଙ୍କ ପାଇଁ ଖୋଲିବ ଟିଭି ଚ୍ୟାନେଲ, କଣ କହୁଛନ୍ତି ବ୍ୟବସାୟୀ ?
ଉଦ୍ୟୋଗୀଙ୍କ ବାସ୍ତବ ସମସ୍ୟା ଓ ସମ୍ଭାବନାକୁ ଚିହ୍ନିପାରି କାର୍ଯ୍ୟକ୍ରମ ପ୍ରସାର କଲେ ଅଧିକରୁ ଅଧିକ ମାତ୍ରାରେ ଯୁବପିଢି ଉପକୃତ ହୋଇପାରବ ବୋଲି ମତପ୍ରକାଶ ପାଇଛି ।
ଫଟୋ ସୌଜନ୍ୟ:ସମ୍ବାଦଦାତା, କୋରାପୁଟ
ତେବେ ଏହାକୁ ନେଇ କୋରାପୁଟର ଉଦ୍ୟୋଗୀ ନିଜ ପ୍ରତିକ୍ରିୟାରେ ସ୍ବାଗତ କରିଛନ୍ତି । ଏହି ଚ୍ୟାନେଲ ବାସ୍ତବରେ ଲୋକାଭିମୁଖୀ ହୋଇ ନିଜ ଗୋଡ଼ରେ ଠିଆ ହେବା ପାଇ ପ୍ରୟାସ କରୁଥିବା ଉଦ୍ୟୋଗୀଙ୍କ ବାସ୍ତବ ସମସ୍ୟା ଓ ସମ୍ଭାବନାକୁ ଚିହ୍ନିପାରି କାର୍ଯ୍ୟକ୍ରମ ପ୍ରସାର କଲେ ଅଧିକରୁ ଅଧିକ ମାତ୍ରାରେ ଯୁବପିଢି ଉପକୃତ ହୋଇପାରବ ବୋଲି ମତପ୍ରକାଶ ପାଇଛି। । ଏହାକୁ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସିଏଚ ଶାନ୍ତାକାର ।