କୋରାପୁଟ: ଏଣିକି କୋରାପୁଟର ସମସ୍ତ ପୌରପାଳିକା ଓ ଵିଜ୍ଞାପିତ ଅଞ୍ଚଳ ପରିଷଦରେ ଜନସାଧାରଣ ବାସଗୃହ ଟିକସ ପୈଠ ପାଇଁ ଯେ କୌଣସି ଜନସେବା କେନ୍ଦ୍ରର ସହାୟତା ନେଇପାରିବେ ।
ଏହାସହ ଲୋକେ ବ୍ୟକ୍ତିଗତ ଇଣ୍ଟରନେଟ ବ୍ୟବହାର କରି ୱେବସାଇଟରେ ମଧ୍ୟ ଟିକସ ପୈଠ କରିପାରିବେ ବୋଲି କୋରାପୁଟ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।