ଓଡିଶା

odisha

ETV Bharat / state

ପାହାଡତଳ ଗାଁରେ ସମନ୍ବିତ ଚାଷ,ଚର୍ଚ୍ଚାରେ କୃଷି ଅଧିକାରୀ ତାପସ ରାଏ

ସମନ୍ବିତ ଚାଷ କରି ଚର୍ଚ୍ଚାରେ କୋରାପୁଟ ଜିଲ୍ଲାର ତାପସ ରାଏ । ଚାଷୀଙ୍କ ପାଇଁ ମିଲେଟ ସ୍କୁଲ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 9, 2023, 2:26 PM IST

Updated : Nov 9, 2023, 8:58 PM IST

farmer tapas chandra ray
farmer tapas chandra ray

farmer tapas chandra ray

କୋରାପୁଟ: ଦିନେ ଟାଙ୍ଗରା ଅପନ୍ତରା ହୋଇ ପଡିଥିବା ଭୂଇଁ ଆଜି ଖିଲି ଖିଲି ହସୁଛି । ମାଣ୍ଡିଆ, ବାଜରା ଓ ସୁଆଁ ଭଳି ବିଭିନ୍ନ ମିଲେଟ ଚାଷ, ତାହା ସହିତ ବିଭିନ୍ନ ଫଳ ଏଠାରେ ଚାଷ କରାଯାଉଛି । ଏହି ମାଟିରେ କେବଳ ଶସ୍ୟ, ଫଳ ଫଳୁଛି ତାହା ନୁହେଁ ଏହି ଟାଙ୍ଗରା ଭୂଇଁ ଆଜି ଗବେଷଣା କ୍ଷେତ୍ର ପାଲଟିଛି । ଏସବୁ ସମ୍ଭବପର ହୋଇପାରିଛି ଯୁବ କୃଷି ଅଧିକାରୀ ତାପସ ରାଏଙ୍କ ପାଇଁ । ଯିଏକି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଉପର ନାରଙ୍ଗାରେ ଅକ୍ଲାନ୍ତ ପରିଶ୍ରମ କରି ସମନ୍ବିତ ଚାଷ କରୁଛନ୍ତି ।

ନାରଙ୍ଗା ମୁଖ୍ୟ ରାସ୍ତା ନିକଟ ପାହାଡ଼ର ପାଦଦେଶରେ ଥିବା ଏକ ବିସ୍ତିର୍ଣ୍ଣ ପ୍ରାନ୍ତରେ ବିଭିନ୍ନ ପ୍ରକାରର ଫଳ ଓ ଫସଲର ସମ୍ଭାରକୁ ନେଇ ସବୁଜ ରଙ୍ଗର ବଗିଚା ପ୍ରକୃତି ପ୍ରେମୀଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି । ଦିନେ ଏହି ଅଞ୍ଚଳ ଏକ ଟାଙ୍ଗରା ଅପନ୍ତରା ଭୂଇଁ ହୋଇ ପଡ଼ି ରହିଥିଲା । ହେଲେ ଏହା ଗତ ୫ ବର୍ଷ ଧରି ତାପସ ରାଏଙ୍କ ଅକ୍ଲାନ୍ତ ପରିଶ୍ରମର ଫଳସ୍ୱରୂପ ମାଣ୍ଡିଆ, ସୁଆଁ ଓ ଅନ୍ୟାନ୍ୟ ଅଣୁ ଜାତୀୟ ଶସ୍ୟ ସମେତ ପିଜୁଳି, କଦଳୀ, ସେଓ, ସାପେଟା, କମଳା, ଲେମ୍ବୁ ଭଳି ଫଳର ଗବେଷଣା କ୍ଷେତ୍ର ପାଲଟିଛି । ଦୀର୍ଘସ୍ଥାୟୀ ଫଳଗଛ ମଧ୍ୟରେ ଋତୁ ଅନୁକୂଳ ଅନୁଯାୟୀ ଅଦା, ସୂର୍ଯ୍ୟମୁଖୀ, ପନିପରିବା ପ୍ରଭୃତି ଚାଷ କରି ସ୍ଥାନୀୟ ଚାଷୀଙ୍କ ପାଇଁ ତାପସ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନଭେମ୍ବର ୯ରୁ ୨ ଦିନିଆ ମିଲେଟ ଅନ୍ତର୍ଜାତୀୟ ସମ୍ମିଳନୀ, ଦେଶ ବିଦେଶରୁ ସାମିଲ ହେବେ ୩୦୦ ପ୍ରତିନିଧି

ସେହିପରି ତାପସ ରାଏ ଏହି ସ୍ଥାନରେ ଏକ ମିଲେଟ୍‌ ସ୍କୁଲ ସ୍ଥାପନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କୃଷି ବିଦ୍ୟାଳୟରେ ଚାଷୀ ବିଭିନ୍ନ ମିଲେଟ ଚାଷର ପ୍ରଣାଳୀ ସମ୍ପର୍କରେ ତାଲିମ ନେବା ସହ ଗୋଟିଏ ଏକର ଜାଗାରେ କିପରି ବର୍ଷ ତମାମ ଫସଲ ଉତ୍ପାଦନ କରିହେବ ସେ ସମ୍ପର୍କରେ ମଧ୍ୟ ସେମାନେ ପ୍ରତ୍ୟକ୍ଷ ଅନୁଭୂତି ପାଇପାରିବେ ବୋଲି ରାଏ ଆଶା ପୋଷଣ କରିଛନ୍ତି । ଏଥିସହ ଚାଷୀଙ୍କ ମଧ୍ୟରେ କୃଷିର ସାମୁହିକ ସମ୍ପୃକ୍ତିର ଗୁରୁତ୍ୱକୁ ଅନୁଭବ କରାଇବା ଦିଗରେ ଏହି ମିଲେଟ ସ୍କୁଲ ପ୍ରତ୍ୟକ୍ଷ ଉଦାହରଣକୁ ଉପସ୍ଥାପନ କରିବାରେ ସକ୍ଷମ ହେବ ବୋଲି ରାଏ ମତ ଦେଇଛନ୍ତି । ତେବେ ଏହା କେବଳ ଚାଷୀଙ୍କ ପାଇଁ ନୁହେଁ ବରଂ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ସେଥିରେ ସନ୍ଦେହ ନାହିଁ । ଏହି ସ୍ଥାନର ଚାରିପଟେ ଘେରି ରହିଥିବା ପାହାଡ ସାଙ୍ଗକୁ ବଗିଚା ମଧ୍ୟରେ ବର୍ଷ ତମାମ ବଞ୍ଚି ରହିଥିବା ସବୁଜିମା ପର୍ଯ୍ୟଟକଙ୍କୁ ବିମୋହିତ କରିବ ।

ଇଟିଭି ଭାରତ, କୋରାପୁଟ

Last Updated : Nov 9, 2023, 8:58 PM IST

ABOUT THE AUTHOR

...view details