କୋରାପୁଟ: ଜିଲ୍ଲା ଜୟପୁର ଘାଟିରେ ସଡକ ଦୁର୍ଘଟଣା । ଆଜି(ବୁଧବାର) କୋରାପୁଟ ଜୟପୁର ଘାଟି ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟିବା ଫଳରେ ଗାଡି ତଳେ ଚାପି ହୋଇ ଚାଳକଙ୍କର ମୃତ୍ୟୁ ହୋଇଛି ।
ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର, ଚାଳକ ମୃତ - ସଡକ ଦୁର୍ଘଟଣା
କୋରାପୁଟ ଜିଲ୍ଲା ଜୟପୁର ଘାଟି ନିକଟରେ ଗ୍ୟାସ ଟ୍ୟାଙ୍କର ଓଲଟିବା ଫଳରେ ଗାଡି ତଳେ ଚାପି ହୋଇ ଚାଳକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତ...
ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର
ସୂଚନାଅନୁସାରେ, ଏକ ଟ୍ୟାଙ୍କର କୋରାପୁଟ ଆଡୁ ଜୟପୁର ଯାଉଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଟ୍ୟାଙ୍କର ତଳେ ଚାପି ହୋଇ ଚାଳକ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟିବାର ଖବର ପାଇବା ମାତ୍ରେ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଟ୍ୟାଙ୍କରେ ଗ୍ୟାସ ଥିବା ଯୋଗୁଁ ପୋଲିସ ତରଫରୁ ସମସ୍ତ ସୁରକ୍ଷା ପଦକ୍ଷେପ ନିଆଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିିଭି ଭାରତ