ଓଡିଶା

odisha

ETV Bharat / state

ଓଡିଶାରେ ପଶି ମୃର୍ତ୍ତିକା ସର୍ଭେ କଲେ ଆନ୍ଧ୍ର ଅଧିକାରୀ ! - କୋଟିଆରେ କେନ୍ଦ୍ର ଅଧିକାରୀଙ୍କ ସନ୍ଦେହଜନକ ମୃତ୍ତିକା ସର୍ଭେ

କୋଟିଆରେ ଆନ୍ଧ୍ର-ଓଡ଼ିଶା ବିବାଦ ଥମିବାର ନାଁ ଧରୁନଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନିକଟରେ ଥିବା ଗଲିଗବ୍ଦର ଜଳପ୍ରପାତଠାରେ କିଛି ଅଧିକାରୀଙ୍କ ଦ୍ଵାରା ମୃତ୍ତିକା ଓ ପଥରର ସର୍ଭେ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ।

suspicious soil survey at kotia
ଆନ୍ଧ୍ରର ଦାଦାଗିରି: କୋଟିଆରେ କେନ୍ଦ୍ର ଅଧିକାରୀଙ୍କ ସନ୍ଦେହଜନକ ମୃତ୍ତିକା ସର୍ଭେ କାର୍ଯ୍ୟ

By

Published : Jun 11, 2022, 1:24 PM IST

Updated : Jun 11, 2022, 1:52 PM IST

କୋରାପୁଟ:କୋଟିଆରେ ଆନ୍ଧ୍ର-ଓଡ଼ିଶା ବିବାଦ ଥମିବାର ନାଁ ଧରୁନଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ନିକଟରେ ଥିବା ଗଲିଗବ୍ଦର ଜଳପ୍ରପାତଠାରେ କିଛି ଅଧିକାରୀଙ୍କ ଦ୍ଵାରା ମୃତ୍ତିକା ଓ ପଥରର ସର୍ଭେ ହେଉଥିବା ଦେଖିବାକୁ ମିଳିଛି ।

ଓଡିଶାରେ ପଶି ମୃର୍ତ୍ତିକା ସର୍ଭେ କଲେ ଆନ୍ଧ୍ର ଅଧିକାରୀ !

ସର୍ଭେ ପାଇଁ ଯନ୍ତ୍ରପାତିକୁ ନେଇ ଆସିଥିବା ଗାଡ଼ିରେ କେନ୍ଦ୍ର ଖଣି ବିଭାଗ ଅଧୀନସ୍ଥ ଏନଆଇଆରଏମର ଫଳକ ଲାଗିଥିବା ବେଳେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରରୁ ଏହା କର୍ଣ୍ଣାଟକର ହୋଇଥିବା ଜଣାପଡିଛି । ଏଥିସହ ଅଧିକାରୀମାନେ ଆନ୍ଧ୍ରର ରେଜିଷ୍ଟ୍ରେସନ ଥିବା ଗାଡ଼ିରେ ଆସିଛନ୍ତି । ସେମାନେ ତେଲୁଗୁ, ହିନ୍ଦୀ ଓ ଇଂରାଜୀରେ କଥା ହେଉଛନ୍ତି । ତେଣୁ ଏଥିରେ ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ଥିବା ନେଇ କୋରାପୁଟ ଜିଲ୍ଲା ପରିଷଦ ସଦସ୍ୟ ଟିକାଈ ଗେମେଲ ଆଶଙ୍କା ପ୍ରକାଶ କରିଛନ୍ତି । ସେ ଏନେଇ ଅଧିକାରୀମାନଙ୍କୁ ପ୍ରଶ୍ନ କରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ଫଳରେ ସନ୍ଦେହ ଘନୀଭୂତ ହେବାକୁ ଲାଗିଛି।

କୋଟିଆ ଅଞ୍ଚଳ ସମେତ ଗଲିଗବ୍ଦର, ନୂଆଗାଁ ପ୍ରଭୃତିରେ ବାସ କରୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି । ଏପରିକି ସେହି ଅଞ୍ଚଳର ଅନେକ ଲୋକେ ଆନ୍ଧ୍ର ନିର୍ବାଚନରେ ଅଂଶଗ୍ରହଣ କରୁଥିବା ଯୋଗୁଁ ଏହି ସର୍ଭେ କାର୍ଯ୍ୟ ନୂତନ ଆଶଙ୍କା ସୃଷ୍ଟି କରିଛି । ତେବେ ଏହି ସର୍ଭେ କାର୍ଯ୍ୟ ଓଡ଼ିଶା ସରକାରଙ୍କ ଜ୍ଞାତସାର ରେ ହେଉଛି ନା ଲୁଚା ଚୋରାରେ ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ଇଟିଭି ଭାରତ, କୋରାପୁଟ

Last Updated : Jun 11, 2022, 1:52 PM IST

ABOUT THE AUTHOR

...view details