କୋରାପୁଟ: ଏଣିକି ସମସ୍ୟା ଭୋଗିବେ ନାହିଁ ହିତାଧିକାରୀ । ସୁରୁଖରୁରେ ସମାଧାନ ହେବ ସେମାନଙ୍କ ସମସ୍ୟା । ସମସ୍ତ ସରକାରୀ ଯୋଜନାରେ ସାମିଲ ହେବେ ହିତାଧିକାରୀ । ପଞ୍ଚାୟତସ୍ତରରେ କରାଯାଉଥିବା ଯୋଜନାର ସଫଳ ରୂପାୟନ ହେବ । ଲୋକମାନଙ୍କର ଆବଶ୍ୟକତାକୁ ନେଇ ଯୋଜନା ପ୍ରସ୍ତୁତ କରାଯିବ । ବିକାଶରୁ କେହି ଜଣେ ବି ବଞ୍ଚିତ ହେବେନାହିଁ । ସେନେଇ ପଞ୍ଚାଯତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସୁରକ୍ଷା ପ୍ରକଳ୍ପ ଆରମ୍ଭ ହୋଇଛି । କୋରାପୁଟ ଜିଲ୍ଲା ସାମାଜିକ ସଂସ୍ଥା CYSD ତରଫରୁ ଏହି ପ୍ରକଳ୍ପର ଶୁଭାରମ୍ଭ ହୋଇଛି ।
ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ଏବଂ ଚୟନ କରାଯାଇଥିବା ୧୨ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ପିଇଓ, ୱାର୍ଡସଭ୍ୟ ସମେତ କୋରାପୁଟ ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମାଜିକ ସସ୍ଥାର ସମାଜସେବୀ ଓ ତୃଣମୂଳ ସ୍ତରର ନେତୃବୃନ୍ଦ ଆଲୋଚନାରେ ଯୋଗଦାନ କରିଛନ୍ତି । ଆଗାମୀ ସମୟରେ ଗ୍ରାମ ପଞ୍ଚାୟତଗୁଡିକ ଯେପରି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ସକ୍ଷମ ହେବ ସେହି ଦିଗରେ ଏହି ସୁରକ୍ଷା ପ୍ରକଳ୍ପ କାର୍ଯ୍ୟ କରିବ । କୋରାପୁଟ ଜିଲ୍ଲା, ବୋଇପରିଗୁଡ଼ା ବ୍ଲକରେ କାର୍ଯ୍ୟ କରିବ ଏହି ପ୍ରକଳ୍ପ ।