ନୂଆଦିଲ୍ଲୀ:ସୁପ୍ରିମକୋର୍ଟରେ4 ସପ୍ତାହ ଘୁଞ୍ଚିଲା କୋଟିଆ ବିବାଦ ମାମଲାର ଶୁଣାଣି । ଆନ୍ଧ୍ର ବିରୋଧରେ ଓଡ଼ିଶାର ଅଦାଲତ ଅବମାନନା ମାମଲାର ଶୁଣାଣି ଘୁଞ୍ଚିଲା । କମିଟି ସ୍ତରରେ ଆପୋଷ ଆଲୋଚନା ଚାଲିଥିବାରୁ ଶୁଣାଣି ଘୁଞ୍ଚିଲା । ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଚାଲିଛି ମାମଲା ।
କୋଟିଆ ବିବାଦକୁ ନେଇ ଓଡିଶା ସରକାରଙ୍କ ପକ୍ଷରୁ ଆନ୍ଧ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଦାଲତ ଅବମାନନା ନେଇ ପିଟିସନ ଦାଖଲ କରାଯାଇଛି । ଏହି ମାମଲାର ଶୁଣାଣିକୁ ଆଜି (ସୋମବାର) ୪ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ । ତେବେ କୋଟିଆ ବିବାଦକୁ ନେଉ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା ମାଧ୍ୟମରେ ଚାଲିଥିବା ବିଚାର ବିମର୍ଷକୁ ଆଗକୁ ନେବା ପାଇଁ ଏହାକୁ ଘୁଞ୍ଚାଇଛନ୍ତି ସୁପ୍ରିମକୋର୍ଟ ।