କୋରାପୁଟ:ଗତ ଜୁଲାଇ ୩୧ ତାରିଖରୁ14 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଆରମ୍ଭ ହୋଇଥିବାଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି (ଶନିବାର) ସମ୍ପନ୍ନ ହୋଇଯାଇଛି । ଏହି ଫୁଟବଲ୍ ପ୍ରତିଯୋଗିତାରେ 17ଟି ଦଳ ଭାଗ ନେଇଥିବା ନେଇ କହିଛନ୍ତି ଆୟୋଜକ ହରିକାନ୍ତା ସ୍ପୋର୍ଟ୍ସର ନିର୍ଦ୍ଦେଶକ ବାପୂଜି ପାତ୍ର ।
ସୂଚନାଅନୁସାରେ, ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ବର୍ଗର କିଶୋରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଟବଲ୍ ଖେଳର ଆୟୋଜନ କରାଯାଇଥିବା ବେଳେ ବଡଚିନ୍ଦ୍ରୀ ଦଳ ଚମ୍ପିଆନ ଓ କୁମ୍ଭାର ଟିମ୍ ରନର୍ସଅଫ ହୋଇଥିବା ନେଇ ସୂଚନା ରହିଛି । ଫାଇନାଲ ମ୍ୟାଚରେ ବଡଚିନ୍ଦ୍ରୀ ଟିମ ୨-୧ ଗୋଲ ବ୍ୟବଧାନରେ କୁମ୍ଭାର ଟିମକୁ ହରାଇ ଚମ୍ପିଆନ ହୋଇଥିବା ଯୋଗୁଁ ଦଳକୁ 5000 ଟଙ୍କା ଓ ରନର ଅପ୍ ହୋଇଥିବା କୁମ୍ଭା ଗାଁ ଦଳକୁ 3000 ଟଙ୍କା ଓ ଟ୍ରଫି ଦିଆଯାଇଛି । ଉଦଯାପନୀ ଉତ୍ସବରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।