କୋରାପୁଟ:ଲୁକାୟିତ ଲୋକକଳା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷାଦାନ ଦିଆଯିବ ସେନେଇ କୋରୋପୁଟରେ ପ୍ରଶିକ୍ଷଣ ଦିଆଯାଇଛି । ବିଭିନ୍ନ ପପେଟ୍ରି ଦ୍ବାରା ଶିଶୁକୁ କିଭଳି ଭାବେ ପାଠ ପ୍ରତି ଆଗ୍ରହ ପ୍ରକାଶ କରାଯିବ ସେନେଇ ପ୍ରୟାସ କରାଯାଇଛି । ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଏହାର ଉଦାଦେୟତା ଯଥେଷ୍ଟ ରହିଛି ବୋଲି କହିଛନ୍ତି କୋରାପୁଟ ଜଗନ୍ନାଥ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ମହାପାତ୍ର ।
ହାତ ତିଆରି କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନ ପିଲାମାନଙ୍କ ମଧ୍ୟରେ କଳ୍ପନା, ସୃଜନଶୀଳତା ଏବଂ ପର୍ଯ୍ୟବେକ୍ଷଣ ଦକ୍ଷତା ବିକାଶରେ ସହାୟକ ହୋଇଥାଏ । ଶିକ୍ଷାଦାନରେ ପପେଟ୍ରି ବା କଣ୍ଢେଇ ବ୍ୟବହାର କରିବା ଦ୍ୱାରା ପିଲାମାନଙ୍କୁ ସାମାଜିକ ତଥା ଭାବଗତ ଦିଗରେ ବିକାଶ କରିବାକୁ ସମର୍ଥନ ମିଳିଥାଏ ବୋଲି ଶିକ୍ଷକମାନେ କହିଛନ୍ତି । ପିଲାଏ କଣ୍ଢେଇଗୁଡିକୁ ବନ୍ଧୁ ଭାବରେ ଦେଖନ୍ତି ଏବଂ ସାମାଜିକ ପାରସ୍ପରିକ କାର୍ଯ୍ୟରେ ନିୟୋଜିତ ହେବାରେ ଅଧିକ ଆରାମଦାୟକ ଅନୁଭବ କରନ୍ତି । ଏହା କହିଛନ୍ତି ଆଞ୍ଚଳିକସ୍ତରୀୟ କର୍ମଶାଳା ଆୟୋଜନ କରିଥିବା ବାଲେଶ୍ବର ସାମନ୍ତ ଚନ୍ଦ୍ରଶେଖର ବିଜ୍ଞାନ କ୍ଲବର ଆବାହକ ମିଲନ କୁମାର ରାଉଳ କହିଛନ୍ତି । କଣ୍ଢେଇ ଗୁଡିକ ମାଧ୍ୟମରେ ପିଲାମାନଙ୍କୁ ସେମାନଙ୍କର ଦକ୍ଷତା ଏବଂ ସୃଜନଶୀଳତାକୁ ଉନ୍ନତ କରିବାକୁ ଉତ୍ସାହିତ କରାଯାଇ ପାରିବାର ସମ୍ଭାବନା ଉଜ୍ଜ୍ୱଳ ରହିଛି । କଣ୍ଢେଇ ଗୁଡିକ ମାଧ୍ୟମରେ ପିଲାମାନଙ୍କୁ ଭୂମିକା ନିର୍ବାହ ପାଇଁ ଏକ ସୁଯୋଗ ପ୍ରଦାନ କରାଯାଇ ପାରେ । ଯାହା ସେମାନଙ୍କୁ ନୂତନ ବ୍ୟକ୍ତିତ୍ୱ ଏବଂ ଧାରଣା ବିକାଶ କରିବା ସହ ସେମାନଙ୍କର କଳ୍ପନା ବିକାଶ ପାଇଁ ସହଯୋଗ କରିଥାଏ ବୋଲି ଭୁବନେଶ୍ବରରୁ ଆସିଥିବା ବରିଷ୍ଠ ସାଧନ କର୍ମୀ ବସନ୍ତ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।