କୋରାପୁଟ: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ଗ୍ରହଣ କରୁଛନ୍ତି ବିଭିନ୍ନ ପ୍ରକାର ପଦକ୍ଷେପ । ହେଲେ କୋରୋପୁଟ ଜିଲ୍ଲାରେ ଥିବା ପୋଲିସ ଉଚ୍ଚ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁ ନ ଥିବା ଅଭିଯୋଗ ହୋଇଛି । କୋରାପୁଟ ସହରରେ 500 ରୁ ଅଧିକ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ଥିବା ଏହି ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବାକୁ ମନବଳାଉ ନାହାଁନ୍ତି । କାହିଁକିନା ପାଠ ପଢାଇବା ପାଇଁ ଦକ୍ଷ ଶିକ୍ଷକ ନାହାଁନ୍ତି । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାର ବ୍ୟବସ୍ଥା ଥିବା ବେଳେ 180 ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ପାଇଁ ରହିଛନ୍ତି ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷୟତ୍ରୀ ।
ପୋଲିସ ଉଚ୍ଚ ବିଦ୍ୟାଳୟରେ ନାହାଁନ୍ତି ଦକ୍ଷ ଶିକ୍ଷକ, ଆସୁ ନାହାଁନ୍ତି ଛାତ୍ରଛାତ୍ରୀ - khoraphut news
କୋରାପୁଟର ପୋଲିସ ଉଚ୍ଚ ବିଦ୍ୟାଳୟକୁ ଆସୁ ନାହାଁନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷୟତ୍ରୀ ଓ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ । ଅଧିକ ପଢନ୍ତୁ.....
ପୋଲିସ ଉଚ୍ଚ ବିଦ୍ୟାଳୟକୁ ଆସୁ ନାହାଁନ୍ତି ଛାତ୍ରଛାତ୍ରୀ
ପୋଲିସ ଉଚ୍ଚ ବିଦ୍ୟାଳୟକୁ ଆସୁ ନାହାଁନ୍ତି ଛାତ୍ରଛାତ୍ରୀ
ଏହି ବିଦ୍ୟାଳୟରେ କେହି ଶିକ୍ଷକ ଅବସର ନେଲେ ଆଉ ନୂତନ ଶିକ୍ଷକ ନିଯୁକ୍ତ ହେଉନଥିବା ଯୋଗୁଁ ଵିଦ୍ୟାଳୟଟି ଶିକ୍ଷକ ଶୁନ୍ୟ ପ୍ରାୟ ହୋଇପଡିଥିବା ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ଵିଦ୍ୟାଳୟଟି ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ହୋଇଥିବା ଯୋଗୁଁ ଶିକ୍ଷକ ନିଯୁକ୍ତି ହୋଇପାରୁନଥିବା କହିଛନ୍ତି କୋରାପୁଟ ଜିଲ୍ଲା ଶିକ୍ଷାଅଧିକାରୀ । ତେବେ କିଛି ଶିକ୍ଷକଙ୍କୁ ଡେପୁଟେସନରେ ଆଣିବା ପାଇଁ ଚେଷ୍ଟା କରିବେ ସେ କହିଛନ୍ତି ।
କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ