କୋରାପୁଟ: ଭୁବନେଶ୍ୱର ଓ ବ୍ରହ୍ମପୁର ଠାରେ ସର୍ବଭାରତୀୟ ସ୍ତରର ନିଟ ପରୀକ୍ଷା ଦେବାପାଇଁ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆଜି ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଶୁଭେଚ୍ଛା ଜଣାଇବା ସହ ସବୁଜ ପତାକା ଦେଖାଇ ମେଲାଣି ଦେଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ ସାତଟି ବସ ଯୋଗେ 297 ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି ।
ନିଟ ପରୀକ୍ଷା ପାଇଁ ସରକାରୀ ବସରେ ବାହାରିଲେ କୋରାପୁଟ ଛାତ୍ରଛାତ୍ରୀ - ନିଟ ପରୀକ୍ଷା ପାଇଁ କୋରାପୁଟରୁ ବାହାରିଲେ ପ୍ରାର୍ଥୀ
ନିଟ ପରୀକ୍ଷା ପାଇଁ ସରକାରୀ ବସରେ ବାହାରିଲେ ଆଶାୟୀ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ସମୁଦାୟ 7ଟି ବସ ଯୋଗେ 297 ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକଙ୍କ ସହ ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ନିଟ ପରୀକ୍ଷା ପାଇଁ ସରକାରୀ ବସରେ ବାହାରିଲେ କୋରାପୁଟ ପ୍ରାର୍ଥୀ
ତେବେ କୋରୋନାର ଭୟ ଥିଲେ ବି ଭବିଷ୍ୟତ ଗଢିବା ପାଇଁ ପରୀକ୍ଷା ଦେବାର ଆବଶ୍ୟକତା ରହିଥିବାରୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ ନିୟମାବଳୀକୁ ପାଳନ କରି ପରୀକ୍ଷା ଦେବେ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ