କୋରାପୁଟ: ବସଷ୍ଟାଣ୍ଡରେ ଗୁଣ୍ଡାଗିରି ବନ୍ଦ କରିବା ସହ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଆଜି ଜୟପୁର ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି। ଏହା ସହ ଜୟପୁର ବସଷ୍ଟାଣ୍ଡରେ ମୌଳିକ ସୁବିଧା ଉପଲବ୍ଧ କରିବାକୁ ଦାବି କରିଛି ବସ ମାଲିକ ସଂଘ। ସନ୍ଧ୍ୟା 6ଟା ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି।
ଅଭିଯୁକ୍ତକୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ - ଘରୋଇ ବସ ମାଲିକ ସଂଘର ଧର୍ମଘଟ
ଜୟପୁର ବସଷ୍ଟାଣ୍ଡରେ ଗୁଣ୍ଡାଗିରି ବନ୍ଦ କରିବା ସହ ଧମକ ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଆଜି ଜୟପୁର ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜୟପୁର ଘରୋଇ ବସ ମାଲିକ ସଂଘର ଧର୍ମଘଟ
ଗତକାଲି ରାତିରେ 4ଜଣ ଦୁର୍ବୃତ୍ତ ସଂଘ କର୍ମଚାରୀଙ୍କୁ ମାରଣାସ୍ତ୍ର ଓ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ଏହାର ପ୍ରତିବାଦ କରି ଆଜି ସମସ୍ତ ବସ ମାଲିକ ଏକ ହୋଇ ଧର୍ମଘଟ କରିଛନ୍ତି। ଅନ୍ୟପଟେ ବସ ଧର୍ମଘଟ ଯୋଗୁଁ ଜୟପୁରରୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ ସାଧାରଣ ଯାତ୍ରୀ, କର୍ମଚାରୀ ଏବଂ ସ୍କୁଲକଲେଜ ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।
କୋରାପୁଟରୁ ସିଏଚ ସାନ୍ତାକାର, ଇଟିଭି ଭାରତ