ଓଡିଶା

odisha

ETV Bharat / state

Kotia Strawberry Farming: ବିବାଦୀୟ ସ୍ଥାନରେ ଷ୍ଟ୍ରବେରୀ ଚାଷ, ଲୋକଙ୍କ ମୁହଁରେ ଫୁଟିବ ହସ - daliamba Strawberry Farm news

ଅନେକ ଦ୍ଵନ୍ଦ, ସନ୍ଦେହ, ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତର ଡଲିଆମ୍ବରେ ପାଞ୍ଚ ଏକର ଜାଗାରେ ଲଗାଯାଇଥିବା ଷ୍ଟ୍ରବେରୀ ଗଛରେ ଫଳ ଫଳିଛି । ଯାହା ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନ ମୁଖରେ ହସ ଫୁଟାଇ ପାରିଛି । ଅଧିକ ପଢନ୍ତୁ

Kotia Strawberry Farm: ବିବାଦୀୟ ସ୍ଥାନରେ ଷ୍ଟ୍ରବେରୀ ଚାଷ
Kotia Strawberry Farm: ବିବାଦୀୟ ସ୍ଥାନରେ ଷ୍ଟ୍ରବେରୀ ଚାଷ

By

Published : Feb 23, 2022, 7:25 PM IST

କୋରାପୁଟ: ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ କୋଟିଆ ପଞ୍ଚାୟତରେ ସୀମା ବିବାଦକୁ ନେଇ ସଂଘର୍ଷ ଚାଲିଥିବା ବେଳେ ପାହାଡ଼ ପର୍ବତ ମଧ୍ୟରେ ଛପି ରହିଥିବା ଛୋଟ ବଡ ଗାଁ ଗୁଡିକରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । କୋଟିଆ ପଞ୍ଚାୟତର ଏକ ନିଭୃତ କୋଣରେ ପାହାଡ଼ ଉପରେ ଥିବା ଗାଁ ଡଲିଆମ୍ବରେ ITDA ତରଫରୁ ଷ୍ଟ୍ରବେରୀ ଭଳି ଅର୍ଥକାରୀ ଫସଲ କରି ଗ୍ରାମବାସୀଙ୍କୁ ସ୍ୱାବଲମ୍ବୀ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି ।

Kotia Strawberry Farm: ବିବାଦୀୟ ସ୍ଥାନରେ ଷ୍ଟ୍ରବେରୀ ଚାଷ

ଡଲିଆମ୍ବରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ରହୁଥିବା ଯୋଗୁଁ ଏହାକୁ ଷ୍ଟ୍ରବେରୀ ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇ ଗ୍ରାମବାସୀଙ୍କ ସହଭାଗିତାରେ ଗାଁ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ ଉପଯୋଗୀ କରାଯାଇଛି । ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ବେଳେ ଖେତ ପ୍ରସ୍ତୁତିରେ ବିଶେଷଜ୍ଞ ସହଯୋଗ କରୁଥିବା ଏସଡିସିର ପ୍ରକଳ୍ପ ଅଧିକାରୀ କାଶୀ ପ୍ରସାଦ ନାୟକ ଜଣାଇଛନ୍ତି ।

ଗ୍ରାମବାସୀଙ୍କ ଉତ୍ସାହ ଦେଖିଲେ ଡଲିଆମ୍ବରେ ଷ୍ଟ୍ରବେରୀ ଚାଷ ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ବର୍ତ୍ତମାନ ଫଳ ଧରିବା ଆରମ୍ଭ ହୋଇଯାଇଥିବା ଯୋଗୁଁ ପାଞ୍ଚ ଏକରରେ ଲଗାଯାଇଥିବା ୫୫ ହଜାର ଷ୍ଟ୍ରବେରୀ ଗଛରୁ ପ୍ରାୟ ୨୫ ଟନ ଫଳ ଉତ୍ପାଦିତ ହେବ ବୋଲି ସେ ଆଶାପୋଷଣ କରିଛନ୍ତି । ଅପରପକ୍ଷରେ ଗ୍ରାମବାସୀ ମଧ୍ୟ ଏହି ନୂତନ ଚାଷର ସଫଳତାକୁ ନେଇ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛନ୍ତି ବୋଲି ଗାଁର ଯୁବକ ଅନିଲ ପାଙ୍ଗି ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details