କୋରାପୁଟ: ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ମନ୍ଦିରସମ । ଏଠାରେ ଭବିଷ୍ୟତ ତିଆରି କରନ୍ତି ଶିକ୍ଷକ । ରାଜ୍ୟ ସରକାରଙ୍କ 5ଟି ଅଧୀନରେ ସ୍କୁଲ ନୂଆ ରୂପରେ ଝଟକୁଛି । ଏହାରି ଭିତରେ ଏକ ସ୍କୁଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଇଂରାଜୀ ପ୍ରତି ପିଲାଙ୍କର ଥିବା ଦୁର୍ବଳତାକୁ ଦୂରେଇବା ପାଇଁ ବିଦ୍ୟାଳୟରେ ପଥର ବଗିଚା ବା ଗ୍ରାମାର ଗାର୍ଡେନ କରି ଶିକ୍ଷା ପ୍ରଦାନ କରାଯାଉଛି । ଛୋଟ ବଡ ପଥରରେ ଲେଖାଥିବା ଇଂରାଜୀ ସୁତ୍ର ପିଲାଙ୍କ ଇଂରାଜୀ ଶିକ୍ଷାକୁ ସହଜ କରିଛି । ବହି ପରି ପଥର ଯେପରି ସେମାନଙ୍କ ସହ କଥା ହେଉଛି । ଏପରି ଏକ ବିଦ୍ୟାଳୟ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନୂଆଗାଁ ସରକାରୀ ବାଳିକା ଆବାସିକ ବିଦ୍ୟାଳୟ । ଯେଉଁଛି ଖେଳକୁଦ ସାଙ୍ଗକୁ ପଥର ବଗିଚାରେ ବୁଲି ଇଂରାଜୀ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରୀ ।
5ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲରେ ଇବ୍ରେରୀ, ଲାବୋରେଟୋରୀଠାରୁ ଆରମ୍ଭ କରି ସ୍ମାର୍ଟ କ୍ଳାସରେ ଶିକ୍ଷାଦାନର ବ୍ୟବସ୍ଥା ହୋଇଯାଇଥିବା ବେଳେ ପିଲାଙ୍କ ମଧ୍ୟରେ ସବୁଠାରୁ ଆକର୍ଷଣ ସୃଷ୍ଟି କରିଛି ଏହି ପଥର ବଗିଚା । ବଗିଚାଟି ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରାଜେଶ କୁମାରଙ୍କ ନିଜସ୍ବ ଚିନ୍ତାଧାରାରେ ପ୍ରତିଫଳନ କରାଯାଇଛି । ବିଦ୍ୟାଳୟ ପରିସର ମଧ୍ୟରେ ବଗିଚାରେ ପଥରଗୁଡିକ ସଜାଯାଇଛି । ସେଥିରେ ଇଂରାଜୀ ବ୍ୟାକରଣର ଗୁରୁତ୍ବପୂର୍ଣ୍ଣ ସୂତ୍ର ଗୁଡିକ ଲିପିବଦ୍ଧ ହୋଇ ରହିଛି । ବିଦ୍ୟାଳୟର ଛାତ୍ରୀମାନେ ଅବସର ସମୟରେ ଏହି ବଗିଚାରେ ବୁଲିଲା ସମୟରେ ଇଂରାଜୀ ବ୍ୟାକରଣ ଭଳି ଏକ କଠିନ ବିଷୟକୁ ଅଧ୍ୟୟନ କରିପାରୁଛନ୍ତି । ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିବା ପରଠାରୁ ସରକାରଙ୍କ ଦ୍ବାରା ଦିଆଯାଉଥିବା ବିଭିନ୍ନ ତାଲିମ ଶିବିରରେ ଯୋଗ ଦେବାର ସୁଯୋଗ ପାଇଥିବା ରାଜେଶ ଇଂରାଜୀ ବ୍ୟାକରଣକୁ ପିଲାଙ୍କ ପାଖରେ ସୁନ୍ଦର ଭାବେ ଉପସ୍ଥାପନ କରିବା ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଏହା ବି ପଢନ୍ତୁ...ଦେଓମାଳି ହେବ ରାଜ୍ୟର ୱେଡିଂ ଡେଷ୍ଟିନେସନ ! ଆକୃଷ୍ଟ ହେବେ ପର୍ଯ୍ୟଟକ