ଓଡିଶା

odisha

ETV Bharat / state

ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ, ପଥରକୁ ଜୀବନ ଦେଉଥିବା କାରିଗର ହାତ ଖାଲି

ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ । ନିଜ ରାଜ୍ୟ ଛାଡି ପଡ଼ୋଶୀ ରାଜ୍ୟକୁ ବିକ୍ରି କରୁଛନ୍ତି କାରିଗର । ଅଧିକ ପଢ଼ନ୍ତୁ

By

Published : Jun 4, 2023, 8:43 PM IST

stone craving lost identity
ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ

ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ

କୋରାପୁଟ: ଆଧୁନିକ ଯୁଗରେ ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ । ପ୍ଲାଷ୍ଟିକ ଯୁଗରେ ପଥର କାର୍ଯ୍ୟ ଯେପରି ମୂଲ୍ୟହୀନ ହୋଇପଡ଼ିଛି । ପଥରକୁ ଜୀବନ ଦେଉଥିବା କାରିଗରଙ୍କ ଏବେ ହାତ ଖାଲି । କେହି କେହି କୌଳିକ ବୃତ୍ତିରୁ ମନ ବଳାଉଥିବାବେଳେ ଏବେ ବି କଳାକୁ ଜାବୁଡି ରଖିଛନ୍ତି କିଛି କାରିଗର । ନିଜ ରାଜ୍ୟରେ ବିକ୍ରି ହେଉନଥିବାରୁ କାରିଗରମାନେ ପଡ଼ୋଶୀ ରାଜ୍ୟକୁ ଆସି ବିକ୍ରି କରୁଛନ୍ତି । ଆନ୍ଧ୍ରପ୍ରଦେଶ ଏସକୋଟା ଗ୍ରାମର ଦୁଇ ଜଣ କାରିଗର ଦୀର୍ଘ 20 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କୋରାପୁଟ ଜିଲ୍ଲାର ବିଭିନ୍ନ ଛୋଟ ବଡ ସ୍ଥାନରେ ନିଜ ରାସ୍ତାକଡ କର୍ମଶାଳା ଖୋଲି ବ୍ୟବସାୟ କରି ଆସୁଛନ୍ତି ।

ଗ୍ରାଇଣ୍ଡର, ମିକ୍ସ ଜାର ପ୍ରଭୃତି ବିଦ୍ୟୁତ ଚାଳିତ ଉପକରଣ ଆସିବା ପରେ ଧୀରେ ଧୀରେ ସେମାନଙ୍କ ହାତ ତିଆରି ପଥର ଜିନିଷର ଆବଶ୍ୟକତା ଓ ଆଦର କମି ଯାଇଛି । ପ୍ରାୟ 150 କିଲୋମିଟର ଦୂର ନିଜ ଗ୍ରାମରୁ ବିଭିନ୍ନ ପାହାଡ଼ରୁ ପଥର ସଂଗ୍ରହ କରି ତାକୁ ଗାଡ଼ି ସାହାଯ୍ୟରେ କୋରାପୁଟ ପର୍ଯ୍ୟନ୍ତ ଆଣୁଛନ୍ତି । ସେଥିରୁ ବିଭିନ୍ନ ଉପକରଣ ତିଆରି କରିବା ପରେ ବିକ୍ରି କରୁଛନ୍ତି । କେବଳ ଦିନ ମଜୁରୀ ଭାବେ 400 ରୁ 500 ଟଙ୍କା ମିଳୁଥିବା କାରିଗରମାନେ କହିଛନ୍ତି । ପରିବାରର ଅନ୍ୟାନ୍ୟ ସଦସ୍ୟ ବିଶେଷ କରି ଯୁବ ସଦସ୍ୟ ମାନେ ପାହାଡ ପର୍ବତ ଘୁରି ବୁଲି ପଥର ସଂଗ୍ରହ କରୁଥିବା ବେଳେ ବୟସର ଅପରାହ୍ନରେ ମଧ୍ୟ ନିଜ କୌଳିକ ବୃତ୍ତିକୁ ଛାଡି ପାରିନାହାନ୍ତି ଏମାନେ ।

ଦୁଇ ବୃଦ୍ଧ ଭାଇ ନିଜର ଥରିଲା ଥରିଲା ହାତରେ ସେହି ପଥରରୁ ନୂତନ ସର୍ଜନା କରିବାରେ ଲାଗିଛନ୍ତି । ଏଥିରେ ପଥରର ବିଭିନ୍ନ ଘର କରଣା ସାମଗ୍ରୀ ତଥା ଘର ସଜାସଜି ଜିନିଷ ତିଆରି କରୁଛନ୍ତି । କୋରାପୁଟ ସମେତ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରେ ଘର ଉପକରଣ ବିକ୍ରି କରୁଛନ୍ତି । ଏନେଇ ସେ କହିଛନ୍ତି, " ତେବେ ବର୍ଷବର୍ଷ ଧରି କେବଳ ପଥର କାମ କରି ଆସୁଥିବା ଏହି ପରିବାର ଆଉ ଅନ୍ୟ କୌଣସି ବ୍ୟବସାୟ କିମ୍ବା କାର୍ଯ୍ୟ କରିପାରିବାର କୌଶଳକୁ ଅବଲମ୍ବନ କରିପାରୁନଥିବା ଯୋଗୁଁ ଯେତେ କଷ୍ଟ ହେଲେ ବି ଏହି ପଥର କାମକୁ ଛାଡି ପାରୁନାହାନ୍ତି ।" ପେଟ ପୋଷିବା ପାଇଁ ନିରନ୍ତର ସଂଗ୍ରାମ କରି ଚାଲିଥିବା ବୟସ୍କ ଭାଇ ଦୁହେଁ ନିଜ କୌଳିକ ବୃତ୍ତିକୁ କିପରି ଯାବୁଡି ରଖିଛନ୍ତି ଏହା ତାହାର ଜ୍ବଳନ୍ତ ଉଦାହରଣ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details