କୋରାପୁଟ :ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା । ମହିଳାଙ୍କ ସୁରକ୍ଷା ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ନିୟମ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଲେ ରାଜ୍ୟରେ ମହିଳା ଅଧିକ ସୁରକ୍ଷିତ ରହିପାରିବେ ବୋଲି ସେ ମତ ରଖିଛନ୍ତି । ବୁଧବାର କୋରାପୁଟରେ ଆୟୋଜିତ ଏକ ଆଇନ ସଚେତନତା ସଭାରେ ଜିଲ୍ଲାରେ କରାଯାଇଥିଲା ।
ଆଇନ ସଚେତନତା ବୃଦ୍ଧି ହେଲେ ମହିଳାଙ୍କୁ ମିଳିବ ଅଧିକ ସୁରକ୍ଷା - କୋରାପୁଟ ଖବର
କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା । ଆୟୋଜିତ ଏକ ଆଇନ ସଚେତନତା ସଭାରେ ସେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ
ଆଇନ ସଚେତନତା ବୃଦ୍ଧି ହେଲେ ମହିଳାଙ୍କୁ ମିଳିବ ଅଧିକ ସୁରକ୍ଷା
ଆଇନ ସଚେତନତା ବୃଦ୍ଧି ହେଲେ ମହିଳାଙ୍କୁ ମିଳିବ ଅଧିକ ସୁରକ୍ଷା
ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳାଙ୍କୁ ଉଦବୋଧନ ଦେଇ ସେ ମହିଳା ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ 10 ଜଣ ମହିଳାଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଉନ୍ନତ ସେବା ଯୋଗାଇ ଦେଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା । ଅପରପକ୍ଷରେ ସର୍କିଟ ହାଉସ ଠାରେ ଏକ କ୍ୟାମ୍ପ କୋର୍ଟର ଆୟୋଜନ କରି କିଛି ପୁରୁଷ ଓ ମହିଳାଙ୍କ ମଧ୍ୟରେ ଥିବା ପରିବାର ଗତ ସମସ୍ୟାର ସମାଧାନ କରିବାର ପ୍ରୟାସ କରାଯାଇଥିଲା ବୋଲି କମିଶନ ଅଧ୍ୟକ୍ଷା ଜଣାଇଛନ୍ତି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ