କୋରାପୁଟ: ସରିଲା ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା । ନଭେମ୍ବର 8ରୁ 11 ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏଥିରେ 30ଟି ଜିଲ୍ଲାରୁ 306 ଜଣ ଛାତ୍ର ଯୋଗ ଦେଇଥିଲେ l ତେବେ ଏହି ପ୍ରତିଯୋଗିତାରେ ଚମ୍ପିଆନ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ମାନସ ମାଝୀ ।
ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଘ ଏବଂ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଘର ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ 14 ବର୍ଷରୁ କମ୍ ବାଳକମାନେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନସ ମାଝୀ ଯୋଗ ଦେଇ 100 ମିଟର ଓ 200 ମିଟର ଦୌଡ ଏବଂ ଲମ୍ଵ ଲମ୍ପ ପ୍ରଦାନ ପ୍ରତିଯୋଗିତାରେ 3ଟି ସ୍ୱର୍ଣ୍ଣ ପଦକ ସହିତ ଚମ୍ପିଆନ ଟ୍ରଫି ହାସଲ କରିଛନ୍ତି । ତେବେ ମାନସ ଏବେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି l ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏହା ମଧ୍ୟ ପଢନ୍ତୁ: ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଚମକିଲେ ବଲାଙ୍ଗୀର ଖେଳାଳି, ଲନ୍ ବଲରେ ଜିତିଲେ 3 ପଦକ