କୋରାପୁଟ:ଚଳିତ ଥର ବୋରିଗୁମ୍ମାସ୍ଥିତ ଭୈରବ ମନ୍ଦିରରେ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ଉତ୍ସବ ପରବର ଉଦଘାଟନ ହେବ । ଆସନ୍ତା ୨୬ ତାରିଖରେ ବୋରିଗୁମ୍ମାରୁ ପରବ ଉତ୍ସବର ଶୁଭାରମ୍ଭ କରାଯିବ । ଏନେଇ ଜିଲ୍ଲା ପରିଷଦଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି । ସେହିପରି ଚଳିତ ବର୍ଷ ନଭେମ୍ବର 25ରୁ ୨୭ ତାରିଖ ପର୍ଯ୍ୟନ୍ତ କୋରାପୁଟରେ ତିନିଦିନିଆ ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ପରବ ଉତ୍ସବ ଅନୁଷ୍ଠିତ ହେବ । ତେବେ ଅନୁଷ୍ଠିତ ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ- କୋରାପୁଟ ଲୋକ ମହୋତ୍ସବ ପରବ ଉଦଯାପିତ
ଚଳିତ ମାସ ୨୬ ତାରିଖରେ ବୋରିଗୁମ୍ମାରେ ପରବ ଉତ୍ସବ ଆରମ୍ଭ ହେବ । ପ୍ରାରମ୍ଭିକ ଉତ୍ସବର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା ହୋଇଯାଇଛି । ସେହିପରି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରୀଡ଼ା, ସଂସ୍କୃତି, ଚିତ୍ରକଳା, ପର୍ବତାରୋହଣ ଭଳି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ପୂର୍ବ ଭଳି କୋରାପୁଟ ସରକାରୀ ମହାବିଦ୍ୟାଳୟର ପଡ଼ିଆରେ ତିନିଦିନିଆ ପରବ ଉତ୍ସବ ପାଳିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉତ୍ସବ ସମୟରେ ଟ୍ରାଫିକ ବ୍ୟବସ୍ଥାର କିପରି ସୁପରିଚାଳନା କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।