ଓଡିଶା

odisha

ETV Bharat / state

ଅସହ୍ଯ ହେଉଛି ଋଣଦାତାଙ୍କ ଚାପ, ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା ସମିତି ସଦସ୍ୟ

ଋଣ ପଇଠ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଉପରେ ଚାପ ପକାଉଛି ମାଇକ୍ରୋ ଫାଇନାନ୍ସ ସଂସ୍ଥା । ଏନେଇ ଜିଲ୍ଲାପ୍ରଶାସର ଦ୍ବାରସ୍ଥ ହୋଇଛନ୍ତି କୋରାପୁଟ ହାଟପଦା ଅଞ୍ଚଳର 5ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ।ଅଧିକ ପଢନ୍ତୁ...

By

Published : Jul 15, 2020, 12:31 AM IST

ଅସହ୍ଯ ହେଉଛି ଋଣଦାତାଙ୍କ ଚାପ, ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା ସମିତି ସଦସ୍ୟ
ଅସହ୍ଯ ହେଉଛି ଋଣଦାତାଙ୍କ ଚାପ, ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା ସମିତି ସଦସ୍ୟ

କୋରାପୁଟ: ମହାମାରୀ କୋରୋନା ସଙ୍କଟ ସମୟରେ ଦିନରାତି ଋଣ ଅର୍ଥ ଆଦାୟ କରିବା ପାଇଁ ଋଣ ଦେଇଥିବା ସଂସ୍ଥାର ଏଜେଣ୍ଟମାନେ ଆସି ବ୍ୟତିବ୍ୟସ୍ତ କରୁଥିବା ଅଭିଯୋଗ କରିଛନ୍ତି କୋରୋପୁଟ ହାଟପଦା ଅଞ୍ଚଳର 5ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ।

ଅସହ୍ଯ ହେଉଛି ଋଣଦାତାଙ୍କ ଚାପ, ପ୍ରଶାସନର ଦ୍ବାରସ୍ଥ ହେଲେ ମହିଳା ସମିତି ସଦସ୍ୟ

ମହିଳା ସ୍ବୟଂସହାୟକ ଗୋଷ୍ଠୀ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀରୁ ଋଣ ନେଇ ଛୋଟମୋଟ ବ୍ୟବସାୟ କରିଆସୁଥଲେ । ଋଣ ପରିଶୋଧ ଠିକ ସମୟରେ କରିଚାଲିଥିଲେ ମଧ୍ୟ ଏବେ କୋରୋନା ସଂକ୍ରମଣ ଜନିତ ଲକଡାଉନ ଫଳରେ ବ୍ୟବସାୟ ସମ୍ପୂର୍ଣ ରୂପେ ପ୍ରଭାବିତ ହୋଇଛି । ହେଲେ ଋଣ ଦେଇଥିବା ବେସରକାରୀ ସଂସ୍ଥା ଏସବୁ କିଛି ଶୁଣିବା ପାଇଁ ଚାହୁଁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ପ୍ରତିଦିନ ଋଣ କିସ୍ତି ପୈଠ ନକଲା ପର୍ଯ୍ୟନ୍ତ ଏମାନେ ଘର ମୁହଁରେ ବସିରହୁଛନ୍ତି । ଏନେଇ ମହାଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ।

ସ୍ଥିତି ସୁଧୁରିବା ପରେ ବ୍ୟବସାୟ ଆରମ୍ଭ ହେଲେ ମହିଳାମାନେ ଋଣ ପରିଶୋଧ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଏଥିଯୋଗୁଁ ପ୍ରଶାସନ ମଧ୍ୟସ୍ତତା କରି ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକୁ ଋଣ ଅସୁଲ ପାଇଁ କିଛି ସମୟ ଅପେକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଏମାନେ ଅନୁରୋଧ କରିଛନ୍ତି । ତେବେ ସହକାରୀ ଜିଲ୍ଲାପାଳ ଅଶୋକ କୁମାର ଋଣ ଦେଇଥିବା ସଂସ୍ଥା ଗୁଡିକ ସହିତ କଥା ହେବାର ପ୍ରତିଶ୍ରୁତି ଦେଇଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details