ଓଡିଶା

odisha

ETV Bharat / state

ଭୁବନେଶ୍ବରରୁ କୋରାପୁଟ ଯାଏଁ ଗଡିବ ସ୍ବତନ୍ତ୍ର ଟ୍ରେନ - କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌

ସମ୍ବଲପୁର ଦେଇ ଭୁବନେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ବତନ୍ତ୍ର ରେଳସେବା । ଦକ୍ଷିଣ ପୂର୍ବ ରେଳ ବିଭାଗର ଏହି ଯୋଜନା ଥିବା ରେଳବାଇ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ଉଲ୍ଲେଖ କରାଯାଇଛି । ଅଧିକ ପଢ଼ନ୍ତୁ...

special train, special train to run from bhubaneswar to koraput, koraput latest news, south-east railway, ସ୍ବତନ୍ତ୍ର ଟ୍ରେନ, ଭୁବନେଶ୍ବରରୁ କୋରାପୁଟ ଗଡିବ ସ୍ବତନ୍ତ୍ର ଟ୍ରେନ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, ଦକ୍ଷିଣ ପୂର୍ବ ରେଳ ବିଭାଗ
ଭୁବନେଶ୍ବରରୁ କୋରାପୁଟ ଯାଏଁ ଗଡିବ ସ୍ବତନ୍ତ୍ର ଟ୍ରେନ

By

Published : May 30, 2020, 6:51 PM IST

କୋରାପୁଟ: ସମ୍ବଲପୁର ଦେଇ ଭୁବନେଶ୍ବରରୁ କୋରାପୁଟ ପର୍ଯ୍ୟନ୍ତ ଆରମ୍ଭ ହେବ ସ୍ବତନ୍ତ୍ର ରେଳସେବା । ଦକ୍ଷିଣ ପୂର୍ବ ରେଳ ବିଭାଗର ଏହି ଯୋଜନା ଥିବା ରେଳବାଇ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଏକ ପତ୍ରରେ ଉଲ୍ଲେଖ କରାଯାଇଛି । ଏନେଇ ଖବର ପାଇବା ପରେ ଅଞ୍ଚଳବାସୀଙ୍କ ମନରେ ଆନନ୍ଦ ଖେଳିଯାଇଛି ।

ଭୁବନେଶ୍ବରରୁ କୋରାପୁଟ ଯାଏଁ ଗଡିବ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ବରରୁ କୋରାପୁଟ ଯାଏଁ ଗଡିବ ସ୍ବତନ୍ତ୍ର ଟ୍ରେନ

ସପ୍ତାହକୁ ତିନି ଦିନ ଏହି ସ୍ବତନ୍ତ୍ର ଟ୍ରେନ ଚାଲିବା ପାଇଁ ପ୍ରସ୍ତାବ ଥିବା ଏହି ଚିଠିରେ ଲେଖାଯାଇଛି । ତେବେ ଏହି ଟ୍ରେନ ସେବା କେବେଠାରୁ ଯୋଗାଇ ଦିଆଯିବ ସେନେଇ ସ୍ପଷ୍ଟ କରାଯାଇନଥିବା ଯୋଗୁଁ କୋରାପୁଟରେ ଅବସ୍ଥାପିତ ରେଳ ଅଧିକାରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ପଛଘୁଞ୍ଚା ଦେଉଛନ୍ତି ।

ସୂଚନା ଅନୁଯାୟୀ କୋରୋନା ଲକଡାଉନ ପରଠାରୁ କୋରାପୁଟ ଓ ଭୁବନେଶ୍ବର ମଧ୍ୟରେ ଚାଲିଥିବା ଏକମାତ୍ର ରେଳ ହୀରାଖଣ୍ଡ ଏକ୍ସପ୍ରେସ ବନ୍ଦ ପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details