କୋରାପୁଟ: ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କୋର୍ଟରୁମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କୋର୍ଟ ତାଙ୍କ କାର୍ଯ୍ୟାଳୟରେ ହୋଇଆସୁଥିଲେ ହେଁ ଏହି କୋର୍ଟକୁ ବର୍ତ୍ତମାନ ଏକ ସ୍ଵତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ - ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ
କୋରାପୁଟ ବାର ଆସୋସିଏସନର ସ୍ବତନ୍ତ୍ର କୋର୍ଟରୁମ ଦାବି ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଵତନ୍ତ୍ର କୋର୍ଟରୁମର ଶୁଭାରମ୍ଭ । ଅଧିକ ପଢ଼ନ୍ତୁ...
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ବତନ୍ତ୍ର କୋର୍ଟରୁମର ଶୁଭାରମ୍ଭ
ଅନେକ ଦିନ ଧରି କୋରାପୁଟ ବାର ଆସୋସିଏସନର ସ୍ବତନ୍ତ୍ର କୋର୍ଟ ପାଇଁ ଦାବି କରି ଆସିଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି । ଜିଲ୍ଲାପାଳଙ୍କ ପୁରାତନ କାର୍ଯ୍ୟାଳୟରେ ଖୋଲାଯାଇଥିବା ଏହି କୋର୍ଟ ରୁମ୍ରେ ଓକିଲ ଓ ଅଭିଯୋଗକାରୀଙ୍କ ବସାଉଠା କରିବା ପାଇଁ ସ୍ଥାନ ରଖାଯାଇଛି । ଏହି କୋର୍ଟ ରୁମକୁ ଜିଲ୍ଲାପାଳ ଅବଦାଲ ଅଖତର ଉଦଘାଟନ କରି ଶୁକ୍ରବାର କୋର୍ଟକୁ ସେହି ସ୍ଥାନରେ ପରିଚାଳନା କରିଥିଲେ ।
କୋରୋପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ