କୋରାପୁଟ:ଧର୍ମର ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସ ପାଇଁ କୋରାପୁଟ ଜିଲ୍ଲାର ମଧ୍ୟ ଉତ୍ସବମୁଖର ହୋଇଉଠିଛି । ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମନ୍ଦିର ପ୍ରଶାସନ ତରଫରୁ କାର୍ତ୍ତିକ ବ୍ରତଧାରୀ ତଥା ବୟସ୍କ ହବିଷ୍ୟାଳି ମହିଳାଙ୍କ ବିନା ଶୁଳ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି । ବୟସ୍କ ହବିଷ୍ୟାଳିମାନେ ମନ୍ଦିର ନିକଟରେ ରହି ସେମାନଙ୍କ ବ୍ରତ ପାଳନ କରିବା ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି ।
1 ମାସ ଧରି ଏହି ବ୍ରତ ପାଳନ ହେବାକୁ ଥିବା ବେଳେ ହବିଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ବୟସ୍କା ମହିଳାଙ୍କ ପାଇଁ ମନ୍ଦିର ପରିସରରେ ଥିବା ଯାତ୍ରୀ କୁଟୀରରେ ବିନାସ ଶୁଳ୍କରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ । ଗତକାଲି (କୁମାର ପୂର୍ଣ୍ଣିମା) ଏହି ଶିବିରର ଉଦଘାଟନ କରାଯାଇଛି । ଉଦଘାଟନୀ ସମୟ ସୁଦ୍ଧା ସମୁଦାୟ ୫୦ ଜଣ ଆବେଦନ କରିଥିବା ସୂଚନା ମିଳିଛି । ଏହି ମସ ଭିତରେ କେହିବି ବି ବୟସ୍କ ହବିଷ୍ୟାଳି ଏଠାକୁ ଆସି ପାରିବେ ବୋଲିି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳୀ, ୫ଟି ଶିବିରରେ ରହଣି ବ୍ୟବସ୍ଥା
ତେବେ ବିଗତ ବର୍ଷ ଗୁଡିକରେ ହବିଷ୍ୟାଳିମାନେ ଶ୍ରୀକ୍ଷେତ୍ର ପୁରୀ ଯାଇ ହବିଷ ବ୍ରତ କରୁଥିଲେ । ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶାବର ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିରରେ ମଧ୍ୟରେ ବୟସ୍କ ହବିଷ୍ୟାଳିମାନଙ୍କ ପାଇଁ ବିନା ଶୁଳ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏହି ଶିବିରରେ ମାସ ତମାମ ରହିବା ପାଇଁ ଆସିଥିବା ବୟସ୍କ ମହିଳା ଆନନ୍ଦ ପ୍ରକାଶ କରିଛନ୍ତି ।