ଭୁବନେଶ୍ବର: କୋଟିଆରେ ପ୍ରସଙ୍ଗରେ ବଡ଼ ପ୍ରତିକ୍ରିୟା ଆସିଛି । ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । କୋଟିଆରେ ସେମିତି ବଡ଼ ସମସ୍ୟା ନଥିବା କହିଛନ୍ତି ବାଚସ୍ପତି ।
ବାଚସ୍ପତି କହିଛନ୍ତି ଯେ, ରାଜସ୍ବ ବିଭାଗର ସଚିବ ବିଷ୍ଣୁପଦ ସେଠୀ ଦୁଇ ଦିନିଆ କୋରାପୁଟ ଗସ୍ତରେ ଅଛନ୍ତି । ତାଙ୍କ ସହିତ ଆରଡ଼ିସି କମିଟି କୋଟିଆକୁ ଯାଇ ସ୍ଥିତି ଦେଖିଛନ୍ତି । କୋଟିଆରେ ସେମିତି ବଡ଼ ସମସ୍ୟା ନଥିବା କହିଛନ୍ତି ବାଚସ୍ପତି । କୋଟିଆରେ ସ୍ଥିତି ସେତେଟା ଖରାପ ନାହିଁ । ଯେଉଁ ଅଞ୍ଚଳ ଆମ କତୃତ୍ବ ଭିତରେ ରହିଛି ସେଠି ଉନ୍ନୟନ କାର୍ଯ୍ୟ ଚାଲିଛି । ମୁଁ ଭିସି ଯୋଗେ କୋରାପୁଟ ଜିଲ୍ଲାପାଳଙ୍କ ସହ କଥା ହେଉଛି । ରାଜ୍ୟରେ ବନ୍ୟା ସ୍ଥିତି ରହିଥିବାରୁ ବିଧାୟକ ମାନେ ବ୍ୟସ୍ତ ରହିଛନ୍ତି । ତେଣୁ ଏହି ସ୍ଥିତି ସୁଧୁରିବା ପରେ ଗୃହ କମିଟି ପକ୍ଷରୁ ବୈଠକ ଡ଼କାଯିବ । ବୈଠକରେ ଗୃହ କମିଟିର ସ୍ପଟ ଭିଜିଟରେ ଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।