ଓଡିଶା

odisha

ETV Bharat / state

ହାଟ ବଜାରରେ ମିଳିବ ହଳଦୀ ସାବୁନ, ପୀଡାନାଶକ ବାମ୍‌ - ଲେମନ ଗ୍ରାସ ତେଲ

ଉତ୍ପାଦିତ ହଳଦୀର ତୈଳ ଅଂଶରୁ ସାବୁନ ଓ ଲେମନ ଗ୍ରାସ ତେଲରୁ ପୀଡାନାଶକ ଔଷଧ ତିଆରିି କରି କୋରାପୁଟ ସୃଷ୍ଟି କରିବ ଆଉ ଏକ ପରିଚୟ । ଅଧିକ ପଢନ୍ତୁ...

ହଳଦୀରୁ ତିଆରି ହେବ ସାବୁନ
ହଳଦୀରୁ ତିଆରି ହେବ ସାବୁନ

By

Published : Apr 20, 2021, 8:03 PM IST

Updated : Apr 20, 2021, 8:38 PM IST

କୋରାପୁଟ:ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଲକ୍ଷ୍ମୀପୁର ହଳଦୀ ଓ ବନ୍ଧୁଗାଁର ଲେମନ ଗ୍ରାସ ତେଲରୁ ତିଆରି ହେବ ସାବୁନ । ଲକ୍ଷ୍ମୀପୁର ବ୍ଲକର ତୟାପୁଟଠାରେ ଅରମାସ ଓ ସ୍ବେଛାସେବୀ ସଂଗଠନ ୱାର୍ଡର ମିଳିତ ଆନୁକୁଲ୍ୟରେ ବ୍ଲକର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଏ ସଂକ୍ରନ୍ତରେ ତାଲିମ ପ୍ରଦାନ କରାଯାଇଛି ।

ହାଟ ବଜାରରେ ମିଳିବ ହଳଦୀ ସାବୁନ, ପୀଡାନାଶକ ବାମ୍‌

ଲକ୍ଷ୍ମୀପୁର ବ୍ଲକରେ ଉତ୍ପାଦିତ ହେଉଥିବା ହଳଦୀରେ ତୈଳ ଅଂଶ ଅନ୍ୟ ସ୍ଥାନର ହଳଦୀ ଅପେକ୍ଷା ଅଧିକ ପରିମାଣରେ ରହିଛି । ଏହା ସାବୁନ ତିଆରିରେ ବ୍ୟବହାର ହେବା ପାଇଁ ବହୁ ମାତ୍ରାରେ ଉପଯୋଗୀ ବୋଲି ଅରମାସର ଜିଲ୍ଲାଧିକାରୀ ରୋଶନ କାର୍ତିକ କହଛନ୍ତି । ହାଟ ବଜାରରେ କମ ଦାମରେ ମିଳୁଥିବା ନକଲି ସାବୁନ ଓ ପୀଡାନାଶକ ବାମ କିଣି ଏ ଅଞ୍ଚଳର ଆଦିବାସୀ ଠକାମିର ଶିକାର ହେବା ସହ ବିଭିନ୍ନ ଚର୍ମ ରୋଗରେ ପଡ଼ୁଛନ୍ତି । ନିଜ ହାତରେ ତିଆରି ଏହି ସାବୁନ ଓ ପେନ ବାମକୁ କମ ଦାମରେ ପାଇବା ସହ ସେମାନେ ସୁରକ୍ଷିତ ଭାବେ ବ୍ୟବହାର କରିପାରିବେ ବୋଲି ବନ୍ଧୁଗାଁରୁ ଆସି ତାଲିମ ନେଉଥିବା ମହିଳା ସୁକାନ୍ତି କନ୍ଦପାନ ଆଶାପୋଷଣ କରିଛନ୍ତି । ଗାଁ ଗଣ୍ଡାରେ ଏହି ଆବଶ୍ୟକତାକୁ ପୂରଣ କରିବା ସହ ସମୟ କ୍ରମେ ବାହାର ବଜାରରେ ମଧ୍ୟ ଏହି ଉନ୍ନତ ମାନର ହଳଦୀ ସାବୁନ , ହ୍ୟାଣ୍ଡୱାସ, ଚିଲୀର ସାମ୍ପୁ , ଲେମନ ଗ୍ରାସର ପେଇନ ବାମ ପ୍ରଭୃତି ବିକ୍ରି କରି ବେସ ଦୁଇ ପଇସା ରୋଜଗାର ମଧ୍ୟ କରିପାରିବେ ବୋଲି ସେ କହିଛନ୍ତି । ଏହା ସହିତ ଲେମନ ଗ୍ରାସରେ ଥିବା ପୀଡାନାଶକ ଔଷଧୀୟ ଗୁଣକୁ ବ୍ୟବହାର କରି ପେନ ବାମ ପ୍ରସ୍ତୁତି ପାଇଁ ମହିଳା ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଉଛି ।

ହଳଦୀର ତେଳରୁ ସାବୁନ ପ୍ରସ୍ତୁତ ପାଇଁ ତାଲିମ ଗ୍ରହଣ କରିବା ନେଇ ମହିଳାଙ୍କ ଭିତରେ ବେଶ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ସେମାନେ ଯେ ଏହି ଅଞ୍ଚଳର ହଳଦୀ ଓ ଲେମନ ଗ୍ରାସକୁ ବ୍ୟବହାର କରି ସାବୁନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସମାଗ୍ରୀ ପ୍ରସ୍ତୁତ କରିବେ ତେବେ ଏହା ନିଶ୍ଚୟ ଜିଲ୍ଲାରେ ଏକ ନୂତନ ବଜାର ସୃଷ୍ଟି କରିବେ ତାହା ନିଃସନ୍ଦେହ ବୋଲି ଆନ୍ଧ୍ରପ୍ରଦେଶ ନେଲ୍ଲୁରରୁ ଆସିଥିବା ତାଲିମଦାତା ଶତରତ ଡାନିଏଲ କହିଛନ୍ତି । ଏହି ମହିଳାମାନେ ନିଜ ହାଟ ବଜାରରେ ନିଜ ହାତ ତିଆରି ଏହି ସବୁ ଜିନିଷ ବିକ୍ରି କରି ସଫଳତା ଅର୍ଜନ କରିବା ପରେ ଏହାର ଉତ୍ପାଦନ ବୃଦ୍ଧି କରାଯାଇ ଏହି ଅଞ୍ଚଳ ତଥା ବାହାର ରାଜ୍ୟର ବଜାରୀକରଣ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି କହିଛନ୍ତି ଅରମାସ ଜିଲ୍ଲା ଅଧିକାରୀ ରୋସନ କାର୍ତିକ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିିଭି ଭାରତ

Last Updated : Apr 20, 2021, 8:38 PM IST

ABOUT THE AUTHOR

...view details