ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା, ସ୍ନାନ ବେଦୀରେ 3 ଠାକୁରଙ୍କୁ ଦର୍ଶନ କଲେ ଶତାଧିକ ଭକ୍ତ - ଶତାଧିକ ଭକ୍ତ କଲେ ଦର୍ଶନ

ସ୍ନାନବେଦୀରେ ସ୍ନାନ କଲେ ମହାପ୍ରଭୁ । ଆଜିଠୁ 15 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ପଟି ଠାକୁରଙ୍କୁ ଦର୍ଶନ କରିବେ ଭକ୍ତ । ଅଧିକ ପଢନ୍ତୁ

ସାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବର ସହକାରେ ପାଳିତ ହୋଇଛି ଦେବ ସ୍ନାନ ପୂର୍ଣ୍ଣିମା
ସାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବର ସହକାରେ ପାଳିତ ହୋଇଛି ଦେବ ସ୍ନାନ ପୂର୍ଣ୍ଣିମା

By

Published : Jun 4, 2023, 7:55 PM IST

ସାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବର ସହକାରେ ପାଳିତ ହୋଇଛି ଦେବ ସ୍ନାନ ପୂର୍ଣ୍ଣିମା

କୋରାପୁଟ: ସାବର ଶ୍ରୀକ୍ଷେତ୍ରରେ ମହାଆଡମ୍ବର ସହକାରେ ପାଳିତ ହୋଇଛି ଦେବ ସ୍ନାନ ପୂର୍ଣ୍ଣିମା । କୋରାପୁଟ ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ଦ୍ୱାରା ଶାବର ଶ୍ରୀକ୍ଷେତ୍ରର ଶ୍ରୀ ଜଗନ୍ନାଥମନ୍ଦିର ପରିସର ପୂରି ଉଠିଥିଲା । ଦେବସ୍ନାନ ଉତ୍ସବ ଅତି ଆଡ଼ମ୍ବର ସହକାରେ ପୂଜକ, ଭକ୍ତ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଯାଇଛି । ଶ୍ରଦ୍ଧାର ଜଳରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ଶୁଭଦ୍ରା ସ୍ନାନ କରି ସାରିବା ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ।

ଶାବର ଶ୍ରୀକ୍ଷେତ୍ରରେ ହେଉଥିବା ପ୍ରତିଟି ଉତ୍ସବ ବିଶେଷ ମହତ୍ଵ ରଖିଥାଏ । ସେ ରଥଯାତ୍ରା ହେଉବା ଦେବସ୍ନାନ ଯାତ୍ରା, ଆପଣା ଛାଏଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଦିବାସୀ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ପ୍ରତିବର୍ଷ ତିନି ଠାକୁରଙ୍କ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି । ପ୍ରବଳ ଜନସମାଗମ ସତ୍ତ୍ୱେ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଥିବା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ଆଜି ଭାବଗ୍ରାହୀଙ୍କ ସ୍ନାନ ପରେ ତିନିଠାକୁର ଅଣସର ବେଦୀକୁ ଯିବା ପରେ ଆସନ୍ତା ୧୫ ଦିନ ଧରି ଆଦିବାସୀ ସେବକମାନେ ଅସୁସ୍ଥ ହୋଇପଡିଥିବା ତିନିଠାକୁରଙ୍କ ସେବା କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପରେ ତିନି ଠାକୁରଙ୍କ ଚନ୍ଦନ ବେଶ ଏବଂ ଫୁଲ ବେଶ ହୋଇ ସାହାଣମେଲା ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଶ୍ରୀଜୀଉମାନେ ଗଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରିବା ଯୋଗୁଁ ତିନିଠାକୁର ଜରରେ ପଡିଥାନ୍ତି । ଦେବସ୍ନାନ ପୂର୍ଣ୍ଣିମା ରାତିଠାରୁ ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଇବେ । ପୂର୍ବ ପୁରୁଷଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ଠାକୁରଙ୍କ ଉପଚାର କରିବେ। ସେ ବଣ ଜଙ୍ଗଲର ଫଳ ,ଫୁଲ, ଚେରମୁଳିକୁ ବ୍ୟବହାର କରି ତିନି ଠାକୁରଙ୍କ ଉପଚାର ଆରମ୍ଭ କରିବେ । ଆସନ୍ତା ପନ୍ଦର ଦିନ ତିନି ଠାକୁର ଅଣସରରେ ରହୁଥିବା ଯୋଗୁଁ ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଏ । ପରମ୍ପରାକୁ ପାଳନ କରି ବର୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡିଦେଲେ ସାଧାରଣ ଭକ୍ତଙ୍କ ସମେତ ଅନ୍ୟ ସମସ୍ତ ସେବକଙ୍କ ପାଇଁ ମୁଖ୍ୟ ମନ୍ଦିରର ଦ୍ୱାରରେ ଆସନ୍ତା 15 ଦିନ ପାଇଁ ବନ୍ଦ ରହିବ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details