ଓଡିଶା

odisha

ETV Bharat / state

SLN Medical College Problem: ମେଡିକାଲ କଲେଜରେ ବିଦ୍ୟୁତ ବିଭ୍ରାଟ, ରୋଗୀଙ୍କୁ ଠିକ ସମୟରେ ମିଳୁନି ରିପୋର୍ଟ - ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ମେଡିକାଲ କଲେଜରେ ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟସ୍ତ । ରୋଗୀ ହେଉଛନ୍ତି ସମସ୍ୟାର ସମ୍ମୁଖୀନ । ସ୍ବାସ୍ଥ୍ୟର ଆଲୋକ ଖୋଜୁଥିବା ରୋଗୀଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ହସ୍ପିଟାଲରେ ମିଳୁନି ଉପଯୁକ୍ତ ସେବା । ମେଡିକାଲ କର୍ତ୍ତୁପକ୍ଷଙ୍କ ଅବହେଳାକୁ ନେଇ ଲୋକେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

SLN Medical College Problem
ମେଡିକାଲ କଲେଜରେ ବିଦ୍ୟୁତ ବିଭ୍ରାଟ, ରୋଗୀଙ୍କୁ ଠିକ ସମୟରେ ମିଳୁନି ରିପୋର୍ଟ

By

Published : Dec 13, 2021, 10:33 PM IST

କୋରାପୁଟ:ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା (SLN medical College electricity problem )। ଓଡିଶା ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ସ୍ବାସ୍ଥ୍ୟ କାର୍ଡ ବାଣ୍ଟି ବା ବା ନେଉଥିବା ବେଳେ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ପ୍ରାଥମିକସ୍ତରର ସ୍ବାସ୍ଥ୍ୟସେବା ପାଇବା ପାଇଁ ଡହଳ ବିକଳ ହେଉଥିବା ପରିଲକ୍ଷିତ ହୋଇଛି ।

ମେଡିକାଲ କଲେଜରେ ବିଦ୍ୟୁତ ବିଭ୍ରାଟ, ରୋଗୀଙ୍କୁ ଠିକ ସମୟରେ ମିଳୁନି ରିପୋର୍ଟ

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବିଦ୍ୟୁତ ସମସ୍ୟା ଯୋଗୁଁ ରିପୋର୍ଟ ନେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ। କିଏ ଅଲ୍ଟ୍ରାସାଉଣ୍ଡ କରିବାକୁ ଆସିଛି ତ ଆଉ କିଏ ନିଜ ସ୍ବାମୀଙ୍କ ଭାଙ୍ଗି ଯାଇଥିବା ଗୋଡ଼ର ଏକ୍ସରେ କରିବା ପାଇଁ ଆସିଛନ୍ତି । ରବିବାର ଠାରୁ ଏହି ହସ୍ପିଟାଲର ରୋଗ ନିରୂପଣ ପରୀକ୍ଷା କେନ୍ଦ୍ର ଭବନରେ ବିଜୁଳି ବିଭ୍ରାଟ ଦେଖାଯାଇଛି । ଏଥି ଯୋଗୁଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଲୋକେ। ରୋଗୀଙ୍କ ଏପରି ଅବସ୍ଥା ନିଜସ୍ବ ନାକ ତଳେ ଦେଖୁଥିଲେ ମଧ୍ୟ ମେଡିକାଲ କଲେଜର ହସ୍ପିଟାଲ କର୍ତ୍ତୃପକ୍ଷ ଏଥି ପ୍ରତି କୌଣସି ଦୃଷ୍ଟି ହେଇନାହାଁନ୍ତି। ଏହି ହସ୍ପିଟାଲର ଗୁରୁତ୍ବପୂର୍ଣ୍ଣ ଭାଗରେ କିପରି ବିକଳ୍ପ ବ୍ୟବସ୍ଥା କରିହେବ ତାର ଚିନ୍ତା ନ କରି କେବଳ ବିଦ୍ୟୁତ ପ୍ରବାହରେ ହୋଇଥିବା ବିଭ୍ରାଟର କାରଣ ଖୋଜିବାରେ ବ୍ୟସ୍ତ ରହିଥିବା ରୋଗୀ ଅଭିଯୋଗ କରିଛନ୍ତି ।

କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରୁ ଜଣେ ରୋଗୀଙ୍କ ସମ୍ପର୍କୀୟ ସମସମ୍ୟାର ସମ୍ମୁଖୀନ ହୋଇଛନ୍ତି । କୋଟିଆରୁ ଶତାଧିକ କିଲୋମିଟର ଯାତ୍ରା କରି ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିବା ଯୁବକ ବିନୋଦ ପାଙ୍ଗି ହସପିଟାଲ କର୍ତ୍ତୁପକ୍ଷଙ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ରବିବାହ ଠାରୁ ବିଦ୍ୟୁତ ଯୋଗାଣରେ ଅସୁବିଧା ରହିଥିଲେ ମଧ୍ୟ ଜେନେରେଟର ଆଣି ସେବା ଯୋଗାଇ ଦେବାର ପ୍ରୟାସ ନ କରିବା କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବକୁ ପ୍ରଦର୍ଶିତ କରୁଛି।

ଅବିଭକ୍ତ କୋରାପୁଟ ଜିଲ୍ଲା ସାଙ୍ଗକୁ କଳାହାଣ୍ଡି ଜିଲ୍ଲାର ରୋଗୀଙ୍କ ପାଇଁ ଆଶାର ଆଲୋକ ସାଜିଥିବା ଏହି ଚିକିତ୍ସାଳୟରେ ଡାକ୍ତରଙ୍କ ଘୋର ଅଭାବ ଓ ସେବା ଯୋଗାଇଦେବାରେ ଅସମର୍ଥତା ଓ ବିଜୁଳି ଚାଲିଗଲେ ବିକଳ୍ପ ବ୍ୟବସ୍ଥା ନଥିବା ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ପଦାରେ ପକାଇଦେଇଛି । ତେବେ ଏ ସଂକ୍ରାନ୍ତରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details