ଓଡିଶା

odisha

ETV Bharat / state

Panchayat Poll: କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ

ମଙ୍ଗଳବାର ଜିଲ୍ଲାପାଳ ଅବଦଲ ଅକ୍ତର ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ସହ କୋଟିଆ ଉପତ୍ୟକାର ପାହାଡ ଉପରେ ଓ ପାଦଦେଶରେ ଥିବା ଏହି ସମସ୍ତ ବୁଥରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ

By

Published : Feb 16, 2022, 7:27 AM IST

କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ
କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ

କୋରାପୁଟ: ଆଉ ଦୁଇଦିନ ପରେ 18 ତାରିଖ ଦିନ କୋଟିଆ ପଞ୍ଚାୟତରେ ପଡିବ ଭୋଟ । ପଞ୍ଚାୟତର ମାଡକାର, ଫଗୁଣସିନେରି, ରଣାସିଂଗି , ତାଡିବାଲାସା, ତଳ ସେମ୍ବୀ, ଉପରସମ୍ବି, ବାରାବନ୍ଧ, ଥୁରିଆ, କରଞ୍ଜଗୁଡା, ଟାଉପଦର, ମାତଲାମ୍ବା, କୋଟିଆ ଓ ଗଞ୍ଜେଇପଦର ସମୁଦାୟ 13ଟି ବୁଥରେ 5 ହଜାର 790 ଭୋଟର ନିଜ ମତଦାନ କରିବେ ।

କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ

ଏଥିପାଇଁ ଜିଲ୍ଲାପାଳ ଅବଦଲ ଅକ୍ତର ପଟ୍ଟାଙ୍ଗି ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କ ସହ କୋଟିଆ ଉପତ୍ୟକାର ପାହାଡ ଉପରେ ଓ ପାଦଦେଶରେ ଥିବା ଏହି ସମସ୍ତ ବୁଥରେ ପହଞ୍ଚି ସ୍ଥିତି ପରଖିଛନ୍ତି । କୋଟିଆ ଅଞ୍ଚଳରେ ଅବାଧ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ସାଧାରଣ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ଅଞ୍ଚଳବାସୀ ନିର୍ବାଚନ ତାରିଖକୁ ଅପେକ୍ଷା କରିଛନ୍ତି ।

କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ
କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ
କୋଟିଆରେ ସ୍ଥିତି ପରିଖିଲେ ପ୍ରଶାସନିକ ଅଧିକାରୀ

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details