ଓଡିଶା

odisha

ETV Bharat / state

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: ପରିବାର ଓ ଗ୍ରାମବାସୀଙ୍କ ସହ ଏସଆଇଟି ଟିମର ଆଲୋଚନା - SIT Team discussion with kunduli vitims family

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟିର ସଦସ୍ୟମାନେ ପୀଡିତାଙ୍କ ପରିବାରଙ୍କ ସହ ଆଲୋଚନା କରିଛନ୍ତି ।

koraput
ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Dec 2, 2019, 1:40 PM IST


କୋରାପୁଟ: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଅନୁସନ୍ଧାନ ପାଇଁ ଗଠିତ ଏସଆଇଟି ବୈଠକ ଆରମ୍ଭ ହୋଇଛି । କୋରାପୁଟ ସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଏସଆଇଟି ଟିମର ସଦସ୍ୟମାନେ ପୀଡିତାଙ୍କ ଗାଁ ମୂଷାଗୁଡାର ଅଧିବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

2017 ମସିହାରେ କୁନ୍ଦୁଲି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ପରବର୍ତ୍ତୀ ସମୟରେ ସେହି ନାବାଳିକା ଆତ୍ମହତ୍ୟା କରିଥିଲା । ଏହାପରେ ସରକାରଙ୍କ ଦ୍ବାରା ବିଭିନ୍ନ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ଚାପରେ ଆସି ପୁଣିଥରେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି ।

ଏସଆଇଟି ଟିମରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ, ଉତ୍ତରାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦଙ୍କୁ ସାମିଲ କରାଯାଇ ଘଟଣାର ତଦନ୍ତ କରାଯାଉଛି । ହେଲେ ପୀଡିତାଙ୍କ ପରିବାର ପକ୍ଷରୁ ଏସଆଇଟି ସ୍ଥାନରେ ସିବିଆଇ ଦ୍ବାରା ତଦନ୍ତ କରାଯିବାକୁ ଦାବି କରାଯାଇଛି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details