କୋରାପୁଟ: ଆସନ୍ତା ଶନିବାର ଗଣେଶ ଚତୁର୍ଥୀ । ଏହାକୁ ଦୃଷ୍ଟିରେ ରଖି ଆଜି ମଧ୍ୟରାତ୍ରିରୁ ଚଳିତ ମାସ 31 ତାରିଖ ମଧ୍ୟରେ ଥିବା ଦୁଇଟି ଶେଷ ଶନିବାର ଓ ରବିବାର ଦିନ କୋରାପୁଟ ଜିଲ୍ଲା ବ୍ୟାପି ସଟଡାଉନ ରହିବ ବୋଲି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଘୋଷଣା କରିଛନ୍ତି ।
ଆଜି ଜିଲ୍ଲା ପ୍ରଶାସନ ଚଳିତ ମାସର ଶେଷ ଦୁଇଟି ଶନିବାର ଓ ରବିବାର କରୋନା ନିୟନ୍ତ୍ରଣ ନିମନ୍ତେ ସଟଡାଉନ ଘୋଷଣା କରିବା ଫଳରେ ଉତ୍ସବ ପାଳନ ପ୍ରଭାବିତ ହେବାର ସମ୍ଭାବନା ଦେଖାଦେଇଛି । ଗତ କିଛିଦିନ ଧରି ଜିଲ୍ଳାରେ କୋରୋନା ଟେଷ୍ଟିଂ ବହୁଗୁଣରେ ବୃଦ୍ଧି ପାଇଥିବା ଯୋଗୁଁ କୋରୋନା ସଂକ୍ରମଣର ଚିହ୍ନଟ ମଧ୍ୟ ଅଧିକ ସଂଖ୍ୟକ ହେଉଥିବା ଦେଖାଦେଇଛି ।