ଓଡିଶା

odisha

ETV Bharat / state

‘ନିର୍ବାଚନରେ ଖର୍ଚ୍ଚ କଟକଣା ଉଠାଇ ଦିଆଯାଉ’ - ନିର୍ବାଚନ କମିଶନ

ନିୟମକୁ ଫୁ' । ନିର୍ବାଚନରେ ସବୁଦଳର ପ୍ରାର୍ଥୀମାନେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ନିର୍ବାଚନ କମିଶନ କୌଣସି କଟକଣା ରଖିବା ଆବଶ୍ୟକ ନାହିଁ । ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 14, 2019, 6:36 PM IST

କୋରାପଟ: ସରିଯାଇଛି ନିର୍ବାଚନ । ଶେଷ ହୋଇଛି ରାଜନୈତିକ ହୋହାଲ୍ଲା । ଗତ ସାଧାରଣ ନିର୍ବାଚନ ଅନେକ କାରଣ ପାଇଁ ଇତିହାସ ହୋଇ ରହିବ । ନିର୍ବାଚନ ପୂର୍ବରୁ ପୁଳା ପୁଳା କଳା ଟଙ୍କା ସାଙ୍ଗକୁ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିଲା । ଏହାସହ ହିଂସା ମଧ୍ୟ ବ୍ୟାପକ ଭାବେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପିଥିଲା । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ବହୁ କଟକଣା ଜାରି କରିଥିଲେ । ସେଥି ମଧ୍ୟରୁ ପ୍ରାର୍ଥୀ କେତେ ଟଙ୍କା ଖର୍ଚ୍ଚ କରିବେ ତାହାକୁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଧାରଣ କରିଥିଲେ । ଆଉ ନିୟମ ଅନୁସାରେ ନିର୍ବାଚନ ସରିବାର ତିନିମାସ ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କର ଖର୍ଚ୍ଚର ସମସ୍ତ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ତେବେ ବର୍ତ୍ତମାନ ନିର୍ବାଚନ ଖର୍ଚ୍ଚର ସମସ୍ତ ବିବରଣୀ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପ । ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ସମୀର ଦାଶ କହିଥିଲେ ଦଳ ତାଙ୍କୁ ଦେଇଥିବା ନିର୍ବାଚନ ଖର୍ଚ୍ଚ 20 ଲକ୍ଷରୁ ସେ 7ଲକ୍ଷ ଟଙ୍କା ଦଳକୁ ଫେରାଇ ଦେଇଛନ୍ତି । ସମୀରଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି କଡା ସମାଲୋଚନା କରିଛନ୍ତି ।


ତାରା କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେଡି ତାର ପ୍ରାର୍ଥୀଙ୍କୁ ଟଙ୍କାର ଶାହାଣମେଲା ଖୋଲିଦେଇଥିଲା । ଯିଏ ଯେତେ ପାରିଲେ ରାଜକୋଷରୁ ବୋହିନେଇଗଲେ । ଆଉ ଏବେ 7ଲକ୍ଷ ଫେରାଇଦେବା କହିବା ହାସ୍ୟାସ୍ପଦ ବୋଲି କହିଛନ୍ତି ତାରା । ନବୀନ କହିଲେ ଯିଏ ଯେତେ ପାରୁଛ ଟଙ୍କା ନିଏ ଜିତିକି ଆସ ମୁଁ ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ତାରା ଅଭିଯୋଗ କରିଛନ୍ତି ।

ଏହାସହ ସେ ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ନିର୍ବାଚନ କମିଶନଙ୍କ ଦ୍ବାରା ନିର୍ଦ୍ଧାରିତ 28ଲକ୍ଷ ଟଙ୍କାରେ କେହି ନିର୍ବାଚନ ଲଢିନାହାନ୍ତି । ସମସ୍ତ ପ୍ରାର୍ଥୀ କୋଟିଏ ଦୁଇ କୋଟି ଲେଖାଏଁ ଖର୍ଚ୍ଚ କରିଛନ୍ତି । ତେବେ ତାରା କହିଛନ୍ତି ନିର୍ବାଚନ ନେଇ ଟଙ୍କା ନିର୍ଦ୍ଧାରଣ ଉଠାଇ ଦେବା କଥା । କାରଣ ଦିନକୁ ଦିନ ନିର୍ବାଚନ ଖର୍ଚ୍ଚ ବଢୁଛି ଏହାସହ ଦଳ ନିର୍ବାଚନ କମିଶନଙ୍କ ନିୟମ ମାନୁ ନାହାଁନ୍ତି ତେଣୁ ଏହି କଟକଣା ନିର୍ବାଚନ କମିଶନ ହଟାଇ ଦେବା ଦରକାର ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details