କୋରାପୁଟ: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କୋରୋନା ପ୍ରଭାବ । ଏହି କ୍ରମରେ ଶନିବାର ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା କୋରାପୁଟର ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜୟରାମ ପାଙ୍ଗୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀଙ୍କୁ କୋରୋନା - ଜୟରାମ ପାଙ୍ଗି କୋରୋନା ପଜିଟିଭ
ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି କୋରୋନା ପ୍ରଭାବ । ଏହି କ୍ରମରେ ଶନିବାର ଜିଲ୍ଲାର ବରିଷ୍ଠ ବିଜେପି ନେତା ତଥା କୋରାପୁଟର ପୂର୍ବତନ ସାଂସଦ ଓ ମନ୍ତ୍ରୀ ଜୟରାମ ପାଙ୍ଗୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କୋରୋନା ପଜିଟିଭ ଚିହ୍ନଟ
ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ କୋରାପୁଟରେ ହିଁ ରହି ଚିକିତ୍ସା ଗ୍ରହଣ କରିବେ । ସେପଟେ ପଜିଟିଭ ଚିହ୍ନଟ ହେବା ନେଇ ଜୟରାମ ଟ୍ବିଟ ଯୋଗେ ସୂଚନା ଦେବା ସହ ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ