କୋରାପୁଟ: ଜିଲ୍ଲାରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ବସବାସ କରିଥାନ୍ତି । ତେବେ ଆଜି(ରବିବାର) କୋରାପୁଟର ଆଦିବାସୀ ସଂଗ୍ରହାଳୟର ଅଡିଟୋରିୟମରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆଦିବାସୀ ସଂସ୍କୃତିରେ ମାନବୀୟ ମୂଲ୍ୟବୋଧ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ କୋରାପୁଟ ସାହିତ୍ୟ ପରିବାର ସହଯୋଗ କରିଥିବା ବେଳେ ଆଦିବାସୀ ଜନ ଜୀବନର ଏକ ଅଭିନ୍ନ ଅଙ୍ଗ ଭାବେ ସେମାନଙ୍କ ସାଂସ୍କୃତିକ ବିଭବର ସଂରକ୍ଷଣ ଓ ପୁନରୁଦ୍ଧାରର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଇଥିଲା ।
ମାନବୀୟ ସମ୍ପର୍କ, ଆଦିବାସୀଙ୍କ ସଙ୍ଗୀତ, ନୃତ୍ୟ, ପରମ୍ପରା, ଚାଷ ପ୍ରକ୍ରିୟା ଓ ଏପରିକି ସାପ୍ତାହିକ ହାଟର ପୁନରୁଦ୍ଧାର ଆବଶ୍ୟକ ହୋଇପଡିଥିବା କୋରାପୁଟ ଜିଲ୍ଲାର ବରିଷ୍ଠ ଆଦିବାସୀ ଗବେଷକ ଜଗବନ୍ଧୁ ସାମଲ ମତ ରଖିଥିଲେ । ଦାଣ୍ଡରେ ଡୁଣ୍ଡୁଙ୍ଗା ଭଳି ପାରମ୍ପରିକ ବାଦ୍ୟ ବାଜିଲେ ସଙ୍ଗୀତ ପ୍ରେମୀ ଆଦିବାସୀଟିଏର ମନ ଉତ୍ସାହରେ ଭରି ଯାଏ । ଅନେକ ଆଦିବାସୀ ବାଦ୍ୟ ସମୟର ପ୍ରବାହରେ ନୂତନ କଳେବର ଧାରଣ କରିଥିଲେ ହେଁ ପାରମ୍ପରିକ ଭାବେ ତିଆରି ହୋଇଥିବା ଡୁଣ୍ଡୁଙ୍ଗା, ଢାମ୍ପ, ତୁରୀ, ଟିଡିବିଡି, ଧୁର୍ମୁଷ ପ୍ରଭୃତି ବାଦ୍ୟଯନ୍ତ୍ର ତାର ରୂପ, ଆକାର କିମ୍ବା ନିର୍ମାଣର ଗୁରୁତ୍ବକୁ ଛାଡ଼ିନାହିଁ ।
ଏହା ମଧ୍ୟ ପଢନ୍ତୁ ...ଶାବର ଶ୍ରୀକ୍ଷେତ୍ରରେ 'ଆଦିବାସୀ ଓ ଜଗନ୍ନାଥ' ଶୀର୍ଷକ ଆଲୋଚନା ଚକ୍ର