ଓଡିଶା

odisha

ETV Bharat / state

CT ପାସ ପରେ ମଧ୍ୟ ମିଳୁନି ଚାକିରି ! କୁଲି କାମ କରୁଛନ୍ତି ଉଚ୍ଚ ଶିକ୍ଷିତ ଆଦିବାସୀ ଯୁବତୀ

କୋରାପୁଟର ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ ହେଉଛନ୍ତି ଲନ୍ଦେଇ ମୁଦୁଲି । ଶିକ୍ଷୟିତ୍ରୀ ହେବାର ସ୍ବପ୍ନ ନେଇ ସିଟି ପାସ କରିସାରିଛନ୍ତି ସତ, ହେଲେ ଚାକିରିକୁ ଅପେକ୍ଷା ନକରି ଆଜିବି ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ସହରର କୋଠାବାଡି କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ଅନ୍ୟର ଚାଷ ଜମିରେ ମଧ୍ୟ କୁଲୁ ଭାବେ କାର୍ଯ୍ୟ କରୁଛନ୍ତି । ଦେଖନ୍ତୁ ଆମର ଏହି ରିପୋର୍ଟ ।

ସିଟି ପାଶ ପରେ ମଧ୍ୟ ଚାକିରି ପର୍ଯ୍ୟନ୍ତ ଜାରି ରଖିଛନ୍ତି କୁଲି କାର୍ଯ୍ୟ
ସିଟି ପାଶ ପରେ ମଧ୍ୟ ଚାକିରି ପର୍ଯ୍ୟନ୍ତ ଜାରି ରଖିଛନ୍ତି କୁଲି କାର୍ଯ୍ୟ

By

Published : Jul 16, 2022, 10:07 PM IST

Updated : Jul 17, 2022, 6:55 AM IST

କୋରାପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ବଗେଇପଦର ଗ୍ରାମର ଆଦିବାସୀ ଯୁବତୀ ଲନ୍ଦେଇ ମୁଦୁଲି ବର୍ତ୍ତମାନ ଏକ ଚର୍ଚ୍ଚିତ ଚେହେରା । ଚାଷବାସ କରିବା ସହିତ ସୁଦୂର କୋରାପୁଟ ସହରକୁ ଆସି ଘର ଘର ବୁଲି କାଠ ବିକ୍ରି କରୁଥିବା ବାପା ରାମଚନ୍ଦ୍ର ଓ ମା’ ବଲା ମୁଦୁଲିଙ୍କ ଉପରେ ନିଜେ ଶିକ୍ଷିତ ହେବାର ବୋଝ ଲଦି ନଦେଇ ଜାରି ରଖିଛନ୍ତି ଅକ୍ଳାନ୍ତ ପରିଶ୍ରମ ।

ସିଟି ପାଶ ପରେ ମଧ୍ୟ ଚାକିରି ପର୍ଯ୍ୟନ୍ତ ଜାରି ରଖିଛନ୍ତି କୁଲି କାର୍ଯ୍ୟ

ଲନ୍ଦେଇ କୋରାପୁଟ ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ପଢିବା ବେଳେ ମଧ୍ୟ ନିଜେ ଗାଁରେ ଅନ୍ୟର ଚାଷ ଜମିରେ କାମ କରି ଦୁଇ ପଇସା ରୋଜଗାର କରି ନିଜ ଖର୍ଚ୍ଚ ନିଜେ ବହନ କରୁଥିଲେ । ତେବେ ବାପା ମା’ ଝିଅର ଏପରି କଷ୍ଟ କରି ପାଠ ପଢ଼ିବା ସପକ୍ଷରେ ନଥିଲେ ବି ସେମାନେ ମଧ୍ୟ ନିଜ ମଧ୍ୟରେ ଉଚ୍ଚ ଶିକ୍ଷିତ ହେବା ପାଇଁ ଜାଗ୍ରତ ହୋଇଥିବା ସଂକଳ୍ପ ସାମ୍ନାରେ ସମସ୍ତ ପ୍ରତିରୋଧ ହାର ମାନିଥିଲା ବୋଲି ଲନ୍ଦେଇ ସଗର୍ବେ କହିଛନ୍ତି ।

ଯୁକ୍ତ ଦୁଇ ପଢିଲା ବେଳେ ସେହି ମହାବିଦ୍ୟାଳୟରେ ଅଧ୍ୟାପନା କରୁଥିବା ପ୍ରିତୀଧାରା ସାମଲ ଲନ୍ଦେଇର ଲକ୍ଷ୍ୟ ସାଧନ ଦିଗରେ ତୀବ୍ର ଇଚ୍ଛାଶକ୍ତି, ଏକାଗ୍ରତା ତଥା ସାଧନାକୁ ସେହି ଦିନରୁ ଦେଖିପାରିଥିଲେ ବୋଲି କହିବା ସହିତ ଲନ୍ଦେଇ ଭଳି ଏକ ସ୍ୱାବଲମ୍ବୀ ଝିଅର ଶିକ୍ଷୟତ୍ରୀ ଭାବେ ଗର୍ବ ଅନୁଭବ କରୁଥିବା ଜଣାଇଛନ୍ତି । କର୍ମକୁ ନିଜର ଗୁରୁ ଭାବେ ପରିଗଣିତ କରୁଥିବା ଲନ୍ଦେଇ ପାଇଁ କୌଣସି କାର୍ଯ୍ୟ ଛୋଟ ବା ବଡ଼ର ମାନ୍ୟତା ରଖିନାହିଁ । ତେଣୁ, ଦ୍ୱାଦଶ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ନିଜ ସାଙ୍ଗସାଥୀଙ୍କ ଭଳି ଅଧାରୁ ପାଠ ଛାଡି ନଦେଇ ଶିକ୍ଷକତା କରିବାର ସ୍ବପ୍ନକୁ ସାକାର କରିବା ପାଇଁ ଲନ୍ଦେଇ ସିଟି ତାଲିମ ନେବା ପାଇଁ ପ୍ରବେଶିକା ପରୀକ୍ଷା ଦେଇ ସେଥିରେ ମଧ୍ୟ ଚଳିତ ବର୍ଷ ସଫଳତା ପାଇଛନ୍ତି । ଏଥିସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସିଟି ତାଲିମକୁ ସମ୍ପୂର୍ଣ୍ଣ କରି ଗାଁ ପାଇଁ ଗୌରବ ଆଣିଥିବା ଗ୍ରାମବାସୀ ବ୍ୟକ୍ତ କରିଛନ୍ତି ।

ସିଟି ତାଲିମ ନେବା ସମୟରେ ମଧ୍ୟ ଗାଁର ଚାଷ ଜମିରେ ଓ ସହରରେ ଭବନ ନିର୍ମାଣ କାର୍ଯ୍ୟରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ସ୍ୱାବଲମ୍ବୀ ହେବାର ପ୍ରକ୍ରିୟାକୁ ଲନ୍ଦାଇ ପରିତ୍ୟାଗ କରିନଥିଲେ । ତେବେ ସରକାରଙ୍କ ଶିକ୍ଷକ ନିଯୁକ୍ତିକୁ ଅପେକ୍ଷା ନକରି, ଚାକିରି ନପାଇଲେ କ’ଣ କରିବେ ସେ ଚିନ୍ତାରେ ଘାରି ନହୋଇ ନିଜ ଗୋଡ଼ରେ ଠିଆ ହେବାର ସଂକଳ୍ପ ନେଇ ଦିନ ମଜୁରିଆ ଭାବେ କୁଲି କାମ କରିବା ଜାରି ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 17, 2022, 6:55 AM IST

ABOUT THE AUTHOR

...view details