କୋରାପୁଟ: ଦାମନଯୋଡିଠାରେ ଥିବା ନାଲ୍କୋ ପ୍ରକଳ୍ପ ନିକଟ ମାଥାଲପୁଟରେ ବିସ୍ଥାପିତ କଲୋନୀ ବାସିନ୍ଦା ଓ ପାଖଆଖର 13ଟି ଗ୍ରାମର ଲୋକେ ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷଙ୍କ ଅଣଦେଖାକୁ ବିରୋଧ କରି ରାସ୍ତାରୋକ କରିଥିଲେ । ତେବେ ଗତ କିଛିଦିନ ଧରି କରୁଥିବା ରାସ୍ତାରୋକ ଆନ୍ଦୋଳନ ଆଜି ତୀବ୍ର ରୂପ ଧାରଣ କରିଛି । ଏହି ଗାଁ ଗୁଡିକରେ ମୌଳିକ ସୁବିଧା ପହଁଞ୍ଚାଇବା ସହ ଜମିହରା ତଥା ବିଧବା ମାନଙ୍କୁ ନାଲକୋ କମ୍ପାନୀରେ ଚାକିରୀ ଦେବା ପାଇଁ ଅଡି ବସିଥିବା ବେଳେ ପ୍ରଶାସନ ଓ ନାଲକୋ ସହ ସମସ୍ତ ଆଲୋଚନା ବିଫଳ ହୋଇଛି ।
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ଓ କମ୍ପାନୀ ସହ ହୋଇଥିବା ଆଲୋଚନାରେ ଅସନ୍ତୋଷ ବ୍ୟକ୍ତ କରି ଗ୍ରାମବାସୀ ଆନ୍ଦୋଳନ ସ୍ଥାନରୁ ଉଠିବା ପାଇଁ ମନା କରିଥିବା ବେଳେ ପୋଲିସ ସେମାନଙ୍କୁ ସ୍ଥାନ ଖାଲି କରିବା ପାଇଁ କହିଥିଲା । ତେବେ କଥା କଟାକଟିରୁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ପରସ୍ପରକୁ ଆକ୍ରମଣ କରିବା ସ୍ଥିତି ଉପୁଜିଥିଲା ।